Football

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

ଖେଳ ହେଲା କାଳ । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ଭଲି ଏକ ଫୁଟବଲ ମ୍ୟାଚରେ ଗଡିଗଲା ଶହେ ଜଣଙ୍କ ମୁଣ୍ଡ । ରବିବାର ଗିନିଆ ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା । ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ । ଚାହୁଁଚାହୁଁ ନିମିଶକ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା । ଆରମ୍ଭ ହୋଇ ଯାଇଥିଲା ହିଂସାତ୍ମକ ସଂଘର୍ଷ । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣାପଶ୍ଚିମ ଆଫ୍ରିକୀୟ ଦେଶ ଗିନିଆରେ ଦେଖିବାକୁ ମିଳିଛି । ଏବେ ହସ୍ପିଟାଲରେ ଶହଶହ ମୃତଦେହ ପଡ଼ି ରହିଥିବା ନେଇ ସୂଚନା ମିଳିଛି । ଜେରିକୋର ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ଅଭାବ ପଡ଼ିଥିବା ନେଇ ରିପୋର୍ଟ ଆସୁଛି ।

Related posts

ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଭିଏତନାମ ଠାରୁ ଭାରତ ପରାସ୍ତ

Odisha Sports Bureau

ମଞ୍ଚେଷ୍ଟର ସିଟିର ତାରକା ଫୁଟବଲର୍ କଲିନ୍ ବେଲଙ୍କ ଦେହାନ୍ତ

Odisha Sports Bureau

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ୫୦୦ ମିଲିଅନ ଫଲୋଅର୍ସ ଥିବା ରୋନାଲଡୋ ଦୁନିଆର ପ୍ରଥମ ବ୍ୟକ୍ତି ହୋଇଛନ୍ତି

Odisha Sports Bureau

Leave a Comment