Cricket

ରିଷଭ ପନ୍ତ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ରେ ରେକର୍ଡ ସୃଷ୍ଟି କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆଇପିଏଲ-୨୦୨୫ ପାଇଁ ଦଳରେ ସାମିଲ ହୋଇଛନ୍ତି ଋଷଭ । ମେଗା ଅକ୍ସନରେ ଋଷଭଙ୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କ ମଧ୍ୟରେ ଦମଦାର ଲଢେଇ ଦେଖିବାକୁ ମିଳିଛି । ତେବେ ଶେଷରେ ନିଲାମ ଲଢେଇରେ ବାଜି ମାରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଆଗାମୀ ସିଜନ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭଙ୍କୁ ରିଲିଜ କରିବା ପରେ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି ପନ୍ତ । ଆଇପିଏଲ-୨୦୨୫ ପାଇଁ ଋଷଙ୍କୁ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଅଧିକାଂଶ ଦଳ ଋଷଭଙ୍କୁ ଦଳରେ ସାମିଲ କରିବା ପାଇଁ ନିଲାମରେ ସାମିଲ ହୋଇଥିବା ବେଳେ ଲକ୍ଷ୍ନୌ ସୁପର ଜିଆଣ୍ଟସ, ରୋୟଲ ଚାଲେଞ୍ଜର୍ସ ବେଙ୍ଗଳୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ଶେଷରେ ଋଷଭ ଲକ୍ଷେ୍ନø ସୁପର ଜିଆଣ୍ଟସ ଦଳରେ ସାମିଲ ହୋଇଛନ୍ତି ।

Related posts

ସୁରକ୍ଷା ଦୃଷ୍ଟିକୋଣରୁ, ପ୍ରଥମ ଟି-୨୦ ମ୍ୟାଚ ବିଶାଖାପାଟଣା ଠାରେ ହେବ

Odisha Sports Bureau

ଏସିଆ କପ୍ ପାଇଁ ପାକିସ୍ତାନ ଦଳ ଘୋଷଣା; ବାବର ଆଜାମଙ୍କ ସମେତ ଏହି ଖେଳାଳି ସ୍ଥାନ ପାଇଛନ୍ତି

Odisha Sports Bureau

କେବଳ ଦଳ ପାଇଁ ନୁହେଁ,ଦେଶ ପାଇଁ ମଧ୍ୟ ଖେଳିଥାଏ : ରୋହିତ

Odisha Sports Bureau