Football

ଆଇଏସ୍ଏଲ୍ ୨୦୧୮: ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ଚେନ୍ନାଇ ଏଫସିକୁ ୩-୨ରେ ହରାଇଲା

(ଓଡିଶା ସ୍ପୋର୍ଟ): କ୍ୟାପ୍ଟେନ୍ ମେନୁଏଲ ଲେଞ୍ଜାରେତେଙ୍କ ଦୁଇଟି ଗୋଲ୍ ସାହାଯ୍ୟରେ ଦୁୁଇଥର ଚମ୍ପିଆନ ହୋଇଥିବା ଏଟିକେ ରବିବାର ଦିନ ଆଇପିଏଲ ଥିବା ଚମ୍ପିଆନ୍ ଚେନ୍ନାଇ ଏଫସି କୁ ପରାସ୍ତ କରିଛି । ଚେନ୍ନାଇ ଜବାହାର ଲାଲ୍ ନେହେରୁୁ ଷ୍ଟାଡିୟମ୍ ରେ ଖେଳାଯାଇଥିବା ମ୍ୟାଚ୍ ରେ ଏଟିକେ ଚେନ୍ନାଇ ଏଫସିକୁ ୩-୨ ରେ ହରାଇ ତିନି ଅଙ୍କ ହାସଲ କରିଥିଲେ । ଖରାପ ଫାର୍ମ ଯୋଗୁଁ ଅସୁୁବିଧାର ସମ୍ମୁଖିନ ହେଉଥିବା ମେଜବାନ୍ ଟିମ୍ ଙ୍କ ଏହି ଘରୋଇ ମୁକାବିଲାରେ ଚତୁୁର୍ଥ ଏବଂ ସମୂଦାୟ ୧୦ ମ୍ୟାଚ୍ ମଧ୍ୟରୁୁ ଏହା ସପ୍ତମତମ ପରାଜୟ ଅଟେ । ଯେଉଁଥିରେ ପ୍ଲେଅଫ୍ ରେ ପହଁଞ୍ଚିବାର ସମ୍ଭାବନା ପାଖାପାଖି ଶେଷ ହୋଇଯାଇଛି । ଦୁଇଥର ଚମ୍ପିଆନ୍ ହୋଇଥିବା ଏଟିକେ ମ୍ୟାଚ୍ ରୁ ହାସଲ କରିଥିବା ତିନି ଗୋଟି ଅଙ୍କ ସହିତ ଦଶ ଗୋଟି ଟିମ୍ ତାଲିକା ମଧ୍ୟରେ ପଞ୍ଚମ ସ୍ଥାନ ଗ୍ରହଣ କରିସାରିଛି, ଯେତେବେଳେକି ଚେନ୍ନାଇ ଟିମ୍ ଅଷ୍ଟମ ସ୍ଥାନରେ ରହିଛି ।

ମ୍ୟାଚ୍ ପାଇଁ କ୍ୟାପଟେନ୍ ମେନୁୁଏଲ୍ ଲେଞ୍ଜଜାରେତେ ଦୁଇଟି ଗୋଲ୍ କରିଥିଲେ । ମ୍ୟାଚର ପ୍ରଥମ ଗୋଲ୍ ଏଟିକେ ପାଇଁ ଜୟେଶ୍ ରାଣା ୧୪ ମିନିଟ୍ ସମୟରେ କରିଥିଲେ କିନ୍ତୁ ୧୦ ମିନିଟ୍ ପରେ ଥୋଇ ସିଂ ସ୍କୋର ୧-୧ କରିନେଇଥିଲେ । ୪୪ ମିନିଟରେ ଲେଞ୍ଜାରେତେ ପେନଲ୍ଟି ଉପରେ ଗୋଲ କରି ଏଟିକେକୁ ୨-୧ରେ ଆଗୁୁଆ କରିଥିଲା ।
ହାଫ୍ ସମୟ ପରେ ଦୁଇ ଟିମ୍ ଗୋଲ କରିବାରେ ଅସଫଳ ରହିଥିଲେ କିନ୍ତୁ ୮୦ ମିନିଟ୍ରେ ଏଟିକେକୁ ଦ୍ୱିତୀୟ ପେନଲ୍ଟି ମିଳିଥିଲା ଏବଂ ଲେଞ୍ଜାରେତେ ଏହାକୁୁ ଗୋଲରେ ପରିଣତ କରି ଟିମକୁୁ ୩-୧ କରିଦେଇଥିଲେ । ଚେନ୍ନାଇ ପାଇଁ ୮୮ ମିନିଟରେ ଇସାକ ୱେନମାଲସାୱମା ଗୋଲ କରି ଏଟିକେ ଗୋଲକୁ କମାଇ ଦେଇଥିଲେ ।

Related posts

ଆଇ ଲିଗ୍ ଯୋଗ୍ୟତା ମ୍ୟାଚ୍ ଆରମ୍ଭ

Odisha Sports Bureau

ଫୁଟବଲ ଖେଳାଳି ପର୍ତୁଗାଲର କ୍ରିଷ୍ଟିଆନ ରୋନାଲ୍ଡୋଙ୍କ ଭାରତରେ ଆସି ଖେଳିବାର ସମ୍ଭାବନା ରହିଛି

Odisha Sports Bureau

ହସ୍ପିଟାଲରେ ଭର୍ତ୍ତି ମେସିଙ୍କ ଭଉଣୀ ମାରିଆ

Odisha Sports Bureau