Football

ଇଂଲଣ୍ଡ ବିଶ୍ୱକପ ବିଜେତା ଫୁଟବଲର୍ ଚାର୍ଲଟନଙ୍କର ମୃତ୍ୟୁ

(ଓଡିଶା ସ୍ପୋର୍ଟସ୍): ୧୯୬୬ ଇଂଲଣ୍ଡ ବିଶ୍ୱକପ ବିଜେତା ଫୁଟବଲର୍ ତଥା ଆୟର୍ଲାଣ୍ଡର ପୂର୍ବତନ ପ୍ରଶିକ୍ଷକ ଜ୍ୟାକ୍ ଚାର୍ଲଟନ୍ ଶୁକ୍ରବାର ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ଇଂଲଣ୍ଡର ଉତ୍ତର-ପୂର୍ବରେ ଥିବା ନର୍ଥମ୍ବର୍ଲାଣ୍ଡରେ ଥିବା ତାଙ୍କ ପ÷ତୃକ ଘରେ ତାଙ୍କର ମୃତ୍ୟୁ ହୋଇଛି । ପରିବାର ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ସେ ଜଣେ ସ୍ନେହୀ ସ୍ୱାମୀ, ପିତା, ଜେଜେବାପା ଥିଲେ ଏବଂ ଅନେକ ଲୋକଙ୍କ ବନ୍ଧୁ ଥିଲେ। ତାଙ୍କ ଅସାଧାରଣ ଜୀବନ ପାଇଁ ଆମେ କେତେ ଗର୍ବିତ ତାହା ଆମେ ପ୍ରକାଶ କରିପାରିବୁ ନାହିଁ । ସେ ଜଣେ ସଚ୍ଚୋଟ, ଦୟାଳୁ, ମଜାଳିଆ ଏବଂ ପ୍ରକୃତି ପ୍ରେମି ବ୍ୟକ୍ତି ଥିଲେ ।

ଇଂଲଣ୍ଡ ଦଳ ଟ୍ୱିଟ୍ କରି କହିଛନ୍ତି ଯେ ‘ଆମେ ବହୁତ ଦୁଃଖିତ । ତାଙ୍କର ସର୍ବ ବୃହତ ସଫଳତା ୧୯୬୬ ବିଶ୍ୱକପ ଫାଇନାଲରେ ୱେମ୍ବଲି ଷ୍ଟାଡିୟମରେ ଅତିରିକ୍ତ ସମୟ ପରେ ଜର୍ମାନୀକୁ ୪–୨ରେ ପରାସ୍ତ କରି ବିଶ୍ୱ ଚାମ୍ପିୟନ ହୋଇଥିଲା । ୧୯୬୬ ମସିହାରେ ଇଂଲଣ୍ଡକୁ ବିଶ୍ୱକପ ବିଜେତା କରିବାରେ ଚାର୍ଲଟନ୍ ଜଣେ ପ୍ରତିରକ୍ଷା ଖେଳାଳି ଭାବେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ତାଙ୍କ ଭାଇ ବବି ଚାର୍ଲଟନ୍ ମଧ୍ୟ ଏହି ଦଳରେ ଥିଲେ, ସେ ୧୯୬୫ ରୁ ୧୯୭୦ ପର୍ୟ୍ୟନ୍ତ ଇଂଲଣ୍ଡ ପାଇଁ ୩୫ଟି ମ୍ୟାଚ୍ ଖେଳିଥିଲେ ଏବଂ ୧୯୬୭ ମସିହାରେ ସେ ଇଂଲଣ୍ଡର ବର୍ଷର ଶ୍ରେଷ୍ଠ ଫୁଟବଲର୍ ଭାବରେ ମନୋନୀତ ହୋଇଥିଲେ। ତାଙ୍କ ଘରୋଇ କ୍ୟାରିଅର୍ ୧୯୫୨–୭୩ ରୁ ଲିଡସ୍ ସହିତ ଚାଲିଥିଲା, ଏହି ସମୟରେ ସେ ଏକ ରେକର୍ଡ ୭୭୩ ମ୍ୟାଚ୍ ଖେଳିଥିଲେ । ସେ ୧୯୬୯ରେ ଲିଗ୍ ଟାଇଟଲ୍ ସମେତ ପ୍ରତ୍ୟେକ ଘରୋଇ ଟାଇଟଲ୍ ବିଜେତା ଦଳର ଏକ ଅଂଶ ଥିଲେ। ସେ ୧୯୮୬ ରେ ଆୟର୍ଲାଣ୍ଡର କୋଚ୍ ହୋଇଥିଲେ ଏବଂ ତାଙ୍କ ତତ୍ତ୍ୱାବଧାନରେ ଦଳ ୧୯୯୦ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

Related posts

ଜ୍ୟୋତିଷ ବାଛିଥିଲେ ଭାରତୀୟ ଫୁଟବଲ ଦଳ

Odisha Sports Bureau

ରଞ୍ଜନ ସୋରେନ ଓ ଔଲା ଶିବ ପ୍ରସାଦ ଅଣ୍ଡର-୧୬ ଜାତୀୟ ଫୁଟବଲ ଦଳରେ ସାମିଲ

Odisha Sports Bureau

ଆଜିଠାରୁ ଫିଫା ମହିଳା ଫୁଟବଲ ବିଶ୍ୱକପ ଆରମ୍ଭ