chess More Sports

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

ବ୍ୟୁରୋ : ଭାରତର ଯୁବ ଗ୍ରାଣ୍ଡ୍ ମାଷ୍ଟର୍ ଆର୍ ପ୍ରଗଣାନନ୍ଦା ସୋମବାର ବଡ ବିପର୍ଯ୍ୟୟ ଘଟାଇଛନ୍ତି । ଅନଲାଇନ୍ ରାପିଡ୍ ଚେସ୍ ଟୁର୍ଣ୍ଣାମେଣ୍ଟ ଏୟାରଥିଙ୍ଗସ୍ ମାଷ୍ଟର୍ସର ଅଷ୍ଟମ ରାଉଣ୍ଡରେ ୧୬ ବର୍ଷୀୟ ପ୍ରଗଣାନନ୍ଦା ବିଶ୍ୱର ଏକ ନମ୍ବର ଖେଳାଳି ମ୍ୟାଗନସ୍ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । ପ୍ରଗଣାନନ୍ଦା ମ୍ୟାଗନସଙ୍କୁ ୩୯ ଚାଲ୍ରେ ପରାସ୍ତ କରିଛନ୍ତି । ଏହାସହ ସେ ମ୍ୟାଗନସଙ୍କ ବିଜୟ ଧାରାରେ ରୋକ୍ ଲଗାଇଛନ୍ତି ।ପୂର୍ବରୁ ମ୍ୟାଗନସ ଲଗାତର ଚାରୋଟି ବାଜି ଜିତି ନେଇଥିଲେ ।

ପ୍ରଗଣାନନ୍ଦା ଏହି ବିଜୟ ସହ ୮ ପଏଣ୍ଟ ହାସଲ କରିଛନ୍ତି । ଏହାସହ ସେ ଦ୍ୱାଦଶ ସ୍ଥାନରେ ରହିଛନ୍ତି । ତେବେ ପୂର୍ବ ମ୍ୟାଚରେ ଭଲ ପ୍ରଦର୍ଶନ କରିନଥିବା ପ୍ରଗଣାନନ୍ଦା ମ୍ୟାଗନସଙ୍କୁ ମାତ୍ ଦେଇଛନ୍ତି । ଏହାପୂର୍ବରୁ ସେ ଲ୍ୟାବ୍ ଓରନିୟନମଙ୍କ ବିରୋଧରେ ବିଜୟ ହାସଲ କରିଥିଲେ । ଆହୁରି ମଧ୍ୟ ଦୁଇଟି ବାଜି ଡ୍ର ରଖିଥିଲେ । କିନ୍ତୁ ୪ଟି ବାଜିରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ପ୍ରଗଣାନନ୍ଦା ଅନୀଶ ଗିରି ଓ କ୍ୱାଙ୍ଗ୍ ଲିମଙ୍କ ବିରୋଧରେ ବାଜି ଡ୍ର ରଖିଥିଲେ । କିନ୍ତୁ ଏରିକ୍ ହେନସେନ, ଡିଙ୍ଗ୍ ଲେରେନ୍, କ୍ରିଜଷ୍ଟୋଫ୍ ହୁଡା ଓ ଶଖରିଆର ମମଦୟାରୋବଙ୍କ ବିରୋଧରେ ପରାସ୍ତ ହୋଇଥିଲେ । ସୂଚନାଯୋଗ୍ୟ, ଏୟାରଥିଙ୍ଗସ୍ ମାଷ୍ଟର୍ସର ଟୁର୍ଣ୍ଣାମେଣ୍ଟରେ ଇଆନ ନେପୋମାନିଆଚଚି ପ୍ରଥମ ସ୍ଥାନରେ ଥିବା ବେଳେ ଡିଙ୍ଗ୍ ଲିରେନ୍ ଓ ହେନସେନ୍ ସଂଯୁକ୍ତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

 

Related posts

ତିନିମାସ ପରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ ଫ୍ଲାସ୍ ଲାଇଟ୍ ରିଲେ

Odisha Sports Bureau

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

Odisha Sports Bureau

ମେରିକମ୍‌ଙ୍କୁ ‘ଓଏଲ୍‌ୱାଇ’ ମାନ୍ୟତା ପ୍ରଦାନ

Odisha Sports Bureau