Cricket

ଆଉ ଜଣେ ଭାରତୀୟ ଖେଳାଳୀଙ୍କୁ କୋରୋନା

ନୂଆଦିଲ୍ଲୀ(ଓଡ଼ିଶା ସ୍ପୋର୍ଟସ): ଚଳିତ ଆଇପିଏଲକୁ କୋରୋନା ମହାମାରୀ ଗ୍ରାସ କରି ସାରିଛି। ଜଣଙ୍କ ପରେ ଜଣେ ଖେଳାଳୀ କୋରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ଆଉ ଜଣେ ଭାରତୀୟ ଖେଳାଳୀ ତଥା କୋଲକାତା ନାଇଟ ରାଇଡର୍ସର ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି। କୋଭିଡ଼ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ନିଜ ବାଙ୍ଗାଲୋରସ୍ଥିତ ବାସଭବନରେ ଆଇସୋଲେସନରେ ରଖିଥିବା ଜଣାଯାଇଛି। ତେବେ କେକେଆର ଦଳର ସେ ଚତୁର୍ଥ ଖେଳାଳୀ ଭାବେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ବରୁଣ ଚକ୍ରବର୍ତ୍ତୀ, ସନ୍ଦୀପ ୱାରିିିୟର ଏବଂ ଟିମ୍ ସାଇଫର୍ଟ କୋରୋନାରେ ସଂକ୍ରମିତ ହୋଇଥିଲେ। ବରୁଣ ଏବଂ ପ୍ରସିଦ୍ଧ କ୍ରୀଷ୍ଣା ଉଭୟ ଘନିଷ୍ଠ ବନ୍ଧୁ ଏବଂ ଦୁହେଁ ଏକାଠି ସମୟ ବିତାଉଥିଲେ। ତେଣୁ ପ୍ରସିଦ୍ଧ କ୍ରିଷ୍ଣା ବରୁଣଙ୍କ ଦ୍ଵାରା ସେ ସଂକ୍ରମିତ ହୋଇଥିବା କୁହାଯାଉଛି।

Related posts

୨୦୨୩ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି ସାମ୍‌ କରନ୍‌

Odisha Sports Bureau

ଆଇସିସି ଟି-୨୦ ବୋଲର ର଼୍ୟାଙ୍କିଙ୍ଗରେ କୁଲଦୀପ ଦ୍ୱିତୀୟ

Odisha Sports Bureau

କଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମ

Odisha Sports Bureau