Cricket

ଲକ୍ଷ୍ନୌର ସର୍ବୋଚ୍ଚ ସ୍କୋର

ଗତକାଲି ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷେ୍ନø ସର୍ବୋଚ୍ଚ ସ୍କେର କରି ଜିତିଛି ।ମ୍ୟାଚ୍ରେ ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭/୫ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା।ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ ମଧ୍ୟ ଲଢୁଆ ପ୍ରଦର୍ଶନ କରି ୨୦୧ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା।ଏହି ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ଟେବୁଲ୍ର ଦ୍ବିତୀୟ ସ୍ଥାନକୁ ଉଠିଛି। ଏହି ତାଲିକାରେ ରାଜସ୍ଥାନ ପ୍ରଥମରେ ଅଛି । ଆଇପିଏଲ୍ ଇତିହାସରେ ମଧ୍ୟ ଲକ୍ଷ୍ନୌର ଏହା ଦ୍ବିତୀୟ ସର୍ବୋଚ୍ଚ ସ୍କୋର ହୋଇଛି।
ଚତୁର୍ଥ ଓଭରରେ କେଏଲ୍ ରାହୁଲ ୧୨ ରନ୍ କରି ଆଉଟ୍ ହୋଇଥିଲେ । କାଇଲ ମେୟର୍ସ ଚିରାଚରିତ ଢଙ୍ଗରେ ରନ୍ ବାହାର କରୁଥିଲେ। ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ପରେ ମାୟର୍ସ (୫୪) ପାୱାରପ୍ଲେ ଶେଷ ହେବାର ଗୋଟିଏ ବଲ୍ ପୂର୍ବରୁ ଆଉଟ୍ ହୋଇଥିଲେ। ତଥାପି ପ୍ରଥମ ୬ ଓଭରରେ ଦଳ ୭୪ ରନ୍ ସଂଗ୍ରହ କରି ଦୃଢ଼ ସ୍ଥିତି ଦେଇଥିଲା। ୟୂଷ ବାଦୋନି ଓ ମାର୍କସ ଷ୍ଟୋଇନିସ୍ ତୃତୀୟ ୱିକେଟ୍ରେ ୮୯ ରନ୍ ଯୋଡ଼ିଥିଲେ। ବାଦୋନି ୩ ଲେଖାଏଁ ଚୌକା ଓ ଛକା ସହାୟତାରେ ୪୩ ରନ୍ କରିଥିଲା ବେଳେ ଯୋଡ଼ି ଭାଙ୍ଗିଥିଲା।ପରେ ନିକୋଲାସ ପୂରନ୍ଙ୍କ ସହ ମିଶି ଷ୍ଟୋଇନିସ୍ ୭୬ ରନ୍ ଯୋଡ଼ିବା ସହ ୧୭ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ବାଉଣ୍ଡରିରୁ ୫୪ ରନ୍ ବାହାର କରିଥିବା ଷ୍ଟୋଇନିସ୍ ଆଉଟ୍ ହେବା ବେଳକୁ ଲକ୍ଷ୍ନୌ ଚଳିତ ସଂସ୍କରଣରେ ସର୍ବୋଚ୍ଚ ସ୍କୋର କରିସାରିଥିଲା। ଶେଷ ଓଭରରେ ଦଳକୁ ୨୫୦ ପାର୍ କରାଇବା ପରେ ପୂରନ୍ (୪୫) ମଧ୍ୟ ଆଉଟ୍ ହୋଇଥିଲେ।

Related posts

୧୭ରେ ବସିବ ବିସିସିଆଇ ବୈଠକ

Odisha Sports Bureau

ଆଉ ଏକ ବିଶ୍ୱ ରେକର୍ଡ଼ ଠାରୁ ଅଳ୍ପ ଦୂରରେ ବିରାଟ

Odisha Sports Bureau

କନ୍ୟା ସନ୍ତାନର ଜନକ ରୋହିତ ୪ର୍ଥ ଟେଷ୍ଟ ଖେଳିବା ନେଇ ସନ୍ଦେହ

Odisha Sports Bureau