Cricket

ଦିିନିକିଆ ସିରିଜରେ ମୁହାଁ ମୁହିଁ ହେବେ ଭାରତ – ୱେଷ୍ଟଇଣ୍ଡିଜ

ମୁମ୍ବାଇ: ସରିଛି ଟେଷ୍ଟ ସିରିଜ । ଏବେ ଆରମ୍ଭ ହେବ ଦିନିକିଆ ସିରିଜ । ଆଜି ସଂନ୍ଧ୍ୟା ୭ଟାରେ ମୁହାଁ ମୁହିଁ ହେବେ ଭାରତ- ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜର ବାରବୋଡୋସରେ ଖେଳାଯିବ ପ୍ରଥମ ମୁକାବିଲା । ଏହି ସିରିଜ ଆରମ୍ଭ ହେବା ସହ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ତେବେ ଚଳିତ ବର୍ଷର ଭାରତରେ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଖେଳାଯିବ । ବିସିସିଆଇ ଏବଂ ଆଇସିସି ପକ୍ଷରୁ ଖେଳସୂଚୀ ଘୋଷଣା କରାଯାଇଛି । ଅକ୍ଟୋବର ୫ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଅକ୍ଟେବର ୮ରେ ଭାରତୀୟ ଟିମ ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । କିଛି ଦିନ ତରେ ଭାରତ ୱେଷ୍ଟଇଣ୍ଡିଜକୁ ୧-୦ରେ ଟେଷ୍ଟ ସିରିଜରେ ପରାସ୍ତ କରିଛି । ଦୁଇ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ କବଜା କରିଛି ଟିମ ଇଣ୍ଡିଆ । ତେବେ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ ୧୨ଟି ଦିନିକିଆ ମ୍ୟାଚ ଖେଳିବ । ଏଥିରୁ ୬ଟି ମ୍ୟାଚ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳିବ ବୋଲି କୁହାଯାଉଛି । ଏହାବାଦ ଏସିଆ କପରେ ୬ଟି ମ୍ୟାଚ ବି ଖେଳିବ ଭାରତ ତେଣୁ ଖେଳାଯିବାକୁ ଥିବା ଏହି ୧୨ଟି ମ୍ୟାଚ ଜିତି ବିଶ୍ୱକପ ପ୍ରସ୍ତୁତିକୁ ଜୋରଦାର କରିବାକୁ ଯୋଜନା କରିଛି ଟିମ ଇଣ୍ଡିଆ ।

Related posts

ବିସିସିଆଇର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇଜଣ ଭେଟେରାନ କୋଚ୍

Odisha Sports Bureau

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

Odisha Sports Bureau

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ଭାରତୀୟ କ୍ରିକେଟ୍ ଦଳ: ବିସିସିଆଇ

Odisha Sports Bureau