Cricket

୫୦ କୋଟି ନିଅ ଟି-୨୦ ଖେଳ

ଲଣ୍ଡନ: ଆଇପିଏଲର କିଛି ଦଳର ମାଳିକ ୬ ଜଣ ଇଂଲଣ୍ଡ ଖେଳାଳିଙ୍କୁ ଆନ୍ତର୍ଜାତୀୟ କ୍ରିକେଟ ତ୍ୟାଗ କରି ଏକ ବର୍ଷ ପାଇଁ ଟି-୨୦ ଲିଗ କେଳିବାକୁ ୫୦ କୋଟି ଟଙ୍କା ଅଫର ଦେଇଛନ୍ତ ।ଏହା‘ଟାଇମ୍ସ ଲଣ୍ଡନ’ର ରିପୋର୍ଟରେ ଏହା ପ୍ରକାଶ ପାଇଛି।ଖବର ଅନୁଯାୟୀ, କିଛି ଫ୍ରାଞ୍ଚାଇଜ୍ ଖେଳାଳିଙ୍କୁ ବର୍ଷସାରା ସେମାନଙ୍କ ପାଇଁ ଖେଳିବାକୁ ଅଫର ଦେଇଛନ୍ତି ଜ୍ଝ ଏହି ଚୁକ୍ତିନାମା ଅନୁଯାୟୀ, ଖେଳାଳିମାନଙ୍କୁ ବର୍ଷସାରା ବିଭିନ୍ନ ଟି -୨୦ ଲିଗରେ ଖେଳିବାକୁ ପଡିବ ଜ୍ଝ ଆଇପିଏଲ୍ ବ୍ୟତୀତ ଏଥିରେ ୱେଷ୍ଟଇଣ୍ଡିଜର ସିପିଏଲ୍, ଦକ୍ଷିଣ ଆଫ୍ରିକା ଟି -୨୦ ଲିଗ୍, ୟୁଏଇର ଗ୍ଲୋବାଲ୍ ଟି -୨୦ ଲିଗ୍ ଏବଂ ଆମେରିକାରେ ହେବାକୁ ଥିବା ଟି -୨୦ ଲିଗ୍ ମଧ୍ୟ ରହିଛି ଜ୍ଝ ତେବେ କେଉଁ ଖେଳାଳିଙ୍କୁ କେଉଁ ଫ୍ରାଞ୍ଚାଇଜ୍ ଅଫର ଦେଇଛନ୍ତି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ। ସୂଚନା ମୁତାବକ ଜଣେ ଖେଳାଳୀ ଏହି ଡିଲକୁ ସ୍ୱିକାର କରିଛନ୍ତି । ତେବେ ଏହି ଖେଳାଳିଙ୍କୁ ତାଙ୍କ ଦେଶ ପାଇଁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଫ୍ରାଞ୍ଚାଇଜରୁ ଅନୁମତି ନେବାକୁ ପଡିବ ।

Related posts

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା କୋଲକାତା

ଦେଖିବାକୁ ମିଳିବନି ମିଚେଲ ଷ୍ଟାର୍କଙ୍କ ଖେଳ

Odisha Sports Bureau

ଇଏଲୋ ଷ୍ଟାର କ୍ଲବ ଆନୁକୁଲ୍ୟରେ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau