Cricket

ଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁର

ସୁସ୍ଥ ହୋଇ ଟିମକୁ ଫେରୁଛନ୍ତି ଷ୍ଟାର ଅଲରାଉଣ୍ଡର ଶର୍ଦ୍ଦୁଲ ଠାକୁର । କୋଲକତା ନାଇଟ ରାଇଡର୍ସ ପାଇଁ ଖୁସି ଖବର ।୧୬ ତାରିଖ ଆଇପିଏଲ ଆରମ୍ଭରୁ ଟିମରୁ ବାଦ୍ ପଡିଥିଲେ ଶର୍ଦ୍ଦୁଲ । ସଂପୂର୍ଣ୍ଣ ଭାବେ ଫିଟ ହୋଇ ଟିମକୁ ଫେରିଛନ୍ତି ଶାର୍ଦ୍ଦୁଳ । ଗୁଜରାଟ ଟାଇଟନ୍ସ ଏବଂ କେକେଆର ଖେଳାଯିବାକୁ ଥିବା ମ୍ୟାଚରେ ଖେଳିବେ ଶର୍ଦ୍ଦୁଲ ଠାକୁର । ଚଳିତ ସିଜିନରେ ଶାର୍ଦ୍ଦୁଳ ୫ଟି ମ୍ୟାଚରେ ୧୯୮.୦୪ ଷ୍ଟ୍ରାଇକ ରେଟରେ ୧୦୧ ରନ୍ କରିଛନ୍ତି । ଆଉ ୨ଟି ଓ୍ଵିକେଟ ନେଇଛନ୍ତି । ଲିଗ୍ ମ୍ୟାଚ ଖେଳିନଥିବା ଶାର୍ଦ୍ଦୁଳ ଗୁଜରାଟ ବିପକ୍ଷରେ ପ୍ରଥମ ଲିଗ୍ ମ୍ୟାଚ ଖେଳିବେ । ତେବେ ଖେଳାଳି ଜଣକ ସଂପୂର୍ଣ୍ଣ ଭାବେ ଫିଟ୍ ରହିଥିବା ନେଇ ସୂଚନା ମିଳିଛି ।
କୋଲକତା ନାଇଟ ରାଇଡର୍ସ ଏପର୍ୟ୍ୟନ୍ତ ୮ଟି ମ୍ୟାଚ ଖେଳିଛି । ମାତ୍ର ୩ଟିରେ ବିଜୟ ହାସଲ କରିଥିବା ବେଳେ ୫ ଥର ପରାଜୟ ବରଣ କରିଛି । ପଏଣ୍ଟ ତାଲିକାରେ ୭ ନମ୍ବର ସ୍ଥାନରେ ରହିଛି କେକେଆର । ତେବେ ଶାର୍ଦ୍ଦୁଳ ଟିମକୁ ଫେରିବା ଭଲ ସଂକେତ ।

କୋଲକତା ଟିମ୍ରେ ନିତିଶ ରାଣା, ଜେସନ ରୟ, ଭେଙ୍କେଟେଶ ଆୟର, ଆନ୍ଦ୍ର ରସେଲ, ସୁନୀଲ ନାରାୟଣ, ଶାର୍ଦ୍ଦୁଳ ଠାକୁର, ଲକି ଫଗ୍ୟୁସନ, ଉମେଶ ଯାଦବ, ଟିମ ସାଉଦୀ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ, ଅନୁକୂଳ ରାୟ, ରିଙ୍କୁ ସିଂ, ଏନ ଜଗଦୀଶନ, ବୈଭବ ଆରୋରା, ସୂୟଶ ଶର୍ମା, ଡେଭିଡ ଓ୍ଵିସ, କୁଲଓ୍ଵନ୍ତ ଖେଜରୋଲିୟା, ଲିଟନ ଦାଦ, ମନଦୀପ ସିଂ, ଆର୍ୟ୍ୟ ଦେଶ, ରହମାନୁଲାହ ଗୁରବାଜ ।

Related posts

ବିଶ୍ୱକପ ପାଇଁ ୫୦୦ ହେଟେଲ ଖୋଲିବ OYO

ୱାନଡେ ବିଶ୍ୱକପରୁ ବାହାରିବା ପରେ ୱେଷ୍ଟଇଣ୍ଡିଜ ବୋର୍ଡକୁ ଟାର୍ଗେଟ କଲେ ସେହୱାଗ

ଆଜି ମୁମ୍ବାଇ ଓ କୋଲକତା

Odisha Sports Bureau