Cricket

ଶୁଭମନ୍-ଇସାନ ପରସ୍ପରକୁ ଚାପୁଡା ମାରିଲେ

ଭାରତୀୟ କ୍ରିକେଟ ଟିମରେ ଶୁଭମନ ଗିଲ ଓ ଇସାନ କିଶାନ ଉଭୟ ଭଲ ଖେଳାଳୀ ଭାବେ ଫିଲ୍ଡରେ ପଡ଼ିଆରେ ସେମାନଙ୍କ ଭଲ ପରଫରର୍ମାନ୍ସ ଦେଖିବାକୁ ମିଳିଥାଏ ।ପଡିଆରେ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନେ ପରସ୍ପରର ଭଲ ବନ୍ଧୁ ।ଏମାନଙ୍କର ଏହି ବନ୍ଧୁତ୍ୱ ଖାଲି ଫିଲ୍ଡରେ ନୁହେଁ ବାହାରେ ମଧ୍ୟ ଦେଖିବାକୁ ମିଳିଛି । ଏମାନଙ୍କର ଏହି ବନ୍ଧୁତ୍ୱ ନା ଖାଲି ଫିଲ୍ଡ ଭିତରେ ଦେଖିବାକୁ ମିଳିଛି ଫିଲ୍ଡ ବାହାରେ ମଧ୍ୟ ନଜର ଆସିଛି। ନିକଟରେ ଉଭୟଙ୍କ ଏମିତି ଏକ ଘନିଷ୍ଠ ବନ୍ଧୁତ୍ୱ ସମ୍ପର୍କର ଦୃଶ୍ୟ ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେଉଛି।
ମୁମ୍ପାଇ ଇଣ୍ଡିଆନ୍ସ ଇଷ୍ଟାଗ୍ରାମ ଅଫିସିଆଲ ସାଇଡ ପକ୍ଷରୁ ଏକ ଭିଡିଓଟି ଆସିଥିଲା ଭିଡିଓଟି ଆସିବା ପରେ ଖୁବ ଭାଇରାଲ ହୋଇଛି । ଭିଡିଓଟିରେ ଦେଖିବାକୁ ମିଳିଥିଲା । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍ ବେଳେ ଶୁବମନ୍ ଓ ଇସାନ ପରସ୍ପରକୁ ଭେଟିଥିଲେ। ଯେତେବେଳେ ଗିଲ୍ ଫିଲ୍ଡ ଭିତରକୁ ଏଣ୍ଟ୍ରି କରିଥିଲେ ଏହି ସମୟରେ ଇସାନ ତାଙ୍କୁ ଦେଖି ମଜାକ୍ରେ ତାଙ୍କ ଗାଲରେ ଚାପୁଡ଼ା ମାରିଥିଲେ। ଏହାର ପ୍ରତି ବଦଳରେ ଗିଲ୍ ମଧ୍ୟ ମଜାକ୍ରେ ଇସାନଙ୍କ ଗାଲରେ ଚାପୁଡ଼ା ମାରିଥିଲେ। ଏହାପରେ କିଛି ସମୟ ପାଇଁ ଉଭୟ ପରସ୍ପର ସହ ଲାଗିବା ସହ ହସ ହସ ମୁହଁରେ ଫିଲ୍ଡକୁ ଅଭ୍ୟାସ ମ୍ୟାଚ୍ ପାଇଁ ବାହାରିଥିଲେ।

Related posts

ଭାରତର ବିଶାଳ ସ୍କୋର,ସିରିଜ ବରାବର ଲକ୍ଷ୍ୟରେ ଅଷ୍ଟ୍ରେଲିଆ

Odisha Sports Bureau

ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌

Odisha Sports Bureau

ଆଇସିସି ମାସିକ ପୁରଷ୍କାର ପାଇବେ ଟିମ୍ ଇଣ୍ଡିଆର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲ୍

Odisha Sports Bureau