Badminton

୫୨ ବର୍ଷ ପରେ ପଦକ ପକ୍କା କଲେ ସାତ୍ତ୍ୱିକ-ଚିରାଗ

ଏସିଆ ବ୍ୟାଟମିଣ୍ଟନ ଚାମ୍ପିୟନସିପରେ ଶ୍ୁକ୍ରବାର ଭାରତୀୟଙ୍କ ପାଇଁ ଖରାପ ଦିନ ଥିଲା । ତେବେ ଏକମାତ୍ର ଭାରତୀୟ ଭାବେ ସାତ୍ତ୍ବିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ଜିତି ସମ୍ମାନ ରଖିଛନ୍ତି। ପୁଣି ୫୨ ବର୍ଷ ପରେ ଯୁଗଳରୁ ଭାରତକୁ ଏସିଆ ପଦକ ମିଳିଛି। ଶୁକ୍ରବାର ଭାରତୀୟ ଭାବେ ଶେଷ ମୁକାବିଲାକୁ ଓହ୍ଲାଇଥିବା ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ଓ ଚିରାଗ ମାତ୍ର ୨୭ ମିନିଟ୍ ଲଢ଼େଇ କରି ୨୧-୧୧ ଓ ୨୧-୧୨ ରେ ଇଣ୍ଡୋନେସିଆ ଯୋଡ଼ି ମହମ୍ମଦ ଏହସାନ ଓ ହେନ୍ଦ୍ରା ସେତିୱାନଙ୍କୁ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ମହିଳା ଏକକରେ ଦୁଇ ଥର ଅଲିମ୍ପିକ୍ ବିଜୟୀନି ପିଭି ସିନ୍ଧୁ, ପୁରୁଷ ଏକକରେ ଏଚ୍ ଏସ୍ ପ୍ରଣୟ ଏବଂ ମିଶ୍ରିତ ଯୁଗଳରେ ରୋହନ କାପୁର ଓ ସିକ୍କି ରେଡ୍ଡୀ ଯୋଡ଼ି କ୍ବାର୍ଟର ଫାଇନାଲ୍ ପରାଜୟ ସହ ବିଦାୟ ନେଇଛନ୍ତି। ସେମିଫାଇନାଲ୍ରେ ସାତ୍ତ୍ବିକ-ଚିରାଗ ଯୋଡ଼ି ଚାଇନିଜ୍ ତାଇପେ ଯୋଡ଼ି ଲି ୟାଙ୍ଗ୍ ଓ ୱାଙ୍ଗ୍ ଚି ଲିନ୍ଙ୍କ ସହ ମୁହାଁମୁହିଁ ହେବେ।

Related posts

ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ ରେ ହାରି ଯାଇଛନ୍ତି ସାଇନା ନେହୱାଲ୍

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ୍ ଓପନ ପ୍ରଥମ ରାଉଣ୍ଡରୁ ସାଇନା ବିଦାୟ

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟ

Odisha Sports Bureau