Badminton

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତିଲେ ଭାରତୀୟ ଖେଳାଳି

ଇଣ୍ଡୋନେସିଆ ଓପନର ପୁରୁଷ ଯୁଗଳ ମୁକୁଟ ଜିତି ଇତିହାସ ରଚିଛନ୍ତି ଭାରତୀୟ ଖେଳାଳି । ଭାରତୀୟ ତାରକା ବ୍ୟାଡମିଣ୍ଟନ ଯୋଡି ସାତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ମାଲେସିଆ ଯୋଡି ଆରୋନ ଚିଆ ଓ ସୋ ଉଇ ୟିକାଙ୍କୁ ହରାଇ ଏହି ଗୌରବ ହାସଲ କରିଛନ୍ତି । ଇଣ୍ଡୋନେସିଆ ଟ୍ରଫି ଫାଇନାଲରେ ସାତ୍ୱିକ ଓ ଚିରାଗ ୨୧-୧୭ ଓ ୨୧-୧୮ ପଏଣ୍ଟ କରି ମାଲେସିଆ ଯୋଡିଙ୍କୁ ମାତ ଦେଇଛନ୍ତି । ଏମାନେ ହେଲେ ସୁପର ୧୦୦୦ ଇଭେଣ୍ଟରେ ଟ୍ରଫି ଜିତିବା ରେ ଦେଶର ପ୍ରଥମ ଯୋଡି ହୋଇପାରିଛନ୍ତି । ଏମାନଙ୍କ ପୂର୍ବରୁ ଭାରତର ସାଇନା ନେହୱାଲ ଏବଂ ଶ୍ରୀକାନ୍ତ କିଦାମ୍ବି ଏକକ ଟ୍ରଫି ହାସଲ କରିଥିଲେ । ଏମାନେ ବର୍ମିଂହାମ ରାଜ୍ୟଗୋଷ୍ଟେୀ କ୍ରୀଡା ରେ ସ୍ୱର୍ଣ୍ଣ ଏବଂ ବିଶ୍ୱ ପ୍ରତିଯୋଗିତାରେ କାଂସ୍ୟ ଜିତି ବିଶ୍ୱର ୬ନମ୍ବର ଯୋଡି ହୋଇପାରିଛନ୍ତି । ଏମାନେ ବିଶ୍ୱର ୬ନମ୍ବର ଯୋଡି ହୋଇଥିବା ବେଳେ ଦେଶର ପ୍ରଥମ ଯୋଡି ହୋଇପାରିଛନ୍ତି ।

Related posts

ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ତ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚନ୍ଦଙ୍କ ଯୋଡ଼ି

Odisha Sports Bureau

ନ୍ୟୁଜିଲ୍ୟାଣ୍ଡ୍ ଓପନ ପ୍ରଥମ ରାଉଣ୍ଡରୁ ସାଇନା ବିଦାୟ

ଫାଇନାଲରେ ପ୍ରବେଶ କଲେ ସୌରଭ, ଋତୁପର୍ଣ୍ଣଙ୍କୁ ମିଳିଲା ପରାଜୟ

Odisha Sports Bureau