Football

ଲେବାନନ୍କୁ ହରାଇ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଜିତିଲା ଭାରତ; ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡିଶା: ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା ହୋଇଛି। କଳିଙ୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭାରତ ୨-୦ ଗୋଲ୍‌ରେ ଲେବାନନ୍‌କୁ ପରାସ୍ତ କରିଛି। ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍‌) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ (୬୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ଏହି ଅର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଖେଳି ଅନେକ ଥର ଲେବାନନ୍‌ର ଗୋଲ୍‌ପୋଷ୍ଟର ନିକଟତର ହୋଇଥିଲା। ହେଲେ ଅଳ୍ପ ଅଳ୍ପରେ ଗୋଲ୍‌ ଦେବାରୁ ବଞ୍ଚିତ ହୋଇଥିଲା।ଦୁଇଟି ଯାକ ଗୋଲ୍‌ରେ ଅବଦାନ ରଖିଥିବା ଚାଙ୍ଗଟେ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ସନ୍ଦେଶ ଝିଙ୍ଗାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ରବିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

Related posts

ଭାରତୀୟ ସିନିୟର ମହିଳା ଜାତୀୟ ଫୁଟବଲ୍ ଦଳର ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଲାଇଭ ଷ୍ଟ୍ରିମିଂ

Odisha Sports Bureau

ପୁରୁଷ ଦଳ ପାଇଁ ମହିଳା ମୁଖ୍ୟ ପ୍ରଶିକ୍ଷିକା ନିଯୁକ୍ତ

Odisha Sports Bureau

ଚେନ୍ନାଇୟିନକୁ ‘ଡ୍ର’ ରେ ଅଟକାଇଲା ଜମଶେଦପୁର

Odisha Sports Bureau