Badminton

ସେୟଦ ମୋଦି ଇଣ୍ଟରନ୍ୟାସନାଲ କ୍ୱାଟର ଫାଇନାଲରେ ସାଇନା–ସାଈ ପ୍ରଣୀତ

(ଓଡିଶା ସ୍ପୋର୍ଟ): ଭାରତର ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳୀ ସାଇନା ନେହେୱାଲ ଗୁରୁବାର ଦିନ ସେୟଦ ମୋଦି ଇଣ୍ଟରନ୍ୟାସନାଲ୍ ଟୁର୍ଣ୍ଣମେଣ୍ଟର କ୍ୱାଟର ଫାଇନାଲରେ ନିଜ ପାଇଁ ଜାଗା ବନାଇ ନେଇଛନ୍ତି । ସାଇନା ମହିଳା ଏକକର ପ୍ରି କ୍ୱାଟର ଫାଇନାଲ ମୁକାବିଲାରେ ଅମୋଲିକା ସିଂଙ୍କୁ ୨୧-୧୪, ୨୧-୯ରେ ପରାସ୍ତ କରିଥିଲେ । ସେପଟେ ପୁରୁଷ ଏକକ ପ୍ରି -କ୍ୱାଟର୍ ଫାଇନାଲରେ ବି. ସାଈ ପ୍ରଣିତ ଇଣ୍ଡୋନେସିଆର ବ୍ୟାଡମିଣ୍ଟନ ଖେଳାଳୀ ଶେସର ହିରେନଙ୍କୁ ୨୧-୧୨, ୨୧-୧୦ରେ ହରାଇ କ୍ୱାଟର୍ ଫାଇନାଲରେ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ସାଇନା ବୁଧବାରଠାରୁ ଆରମ୍ଭ ହେୀଇଥବା ସେୟଦ ମୋଦି ବିଶ୍ୱ ଟୁର୍ ସୂପର ୩୦୦ ର ମୁକାବିଳାରେ ସହଜରେ ସଫଳତା ହାସଲ କରିଥିଲେ । ତିନି ତିନିଥର ଚମ୍ପିଆନ ହୋଇଥିବା ସାଇନା ନେହେୱାଲ ମହିଳା ଏକକ ବର୍ଗର ପ୍ରଥମ ମ୍ୟାଚ୍ ରେ ମରିଶସର କେଟ୍ ଫୁ କୂନ୍ ଙ୍କୁ ୨୧-୧୦, ୨୧-୧୦ସେଟରେ ସିଧାସଳଖ ପରାସ୍ତ କରିଥିଲେ ।

ଏହା ସହିତ ପୁରୁଷ ଏକକ ବର୍ଗରେ ପ୍ରି-କ୍ୱାଟର ଫାଇନାଲରେ ପାରୁପଲ୍ଲୀ କଶ୍ୟପ୍ ଇଣ୍ଡୋନେସିଆର ଅବ୍ଦୁଲ୍ ଖୋଲିକଙ୍କୁ ୯-୨୧, ୨୨-୨୦, ୨୧-୮ ରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିଛନ୍ତି, ସେପଟେ ସମିର ବର୍ମା ଚିନ୍ ର ଝାଓ ଜନପେଙ୍ଗଙ୍କୁ୨୨-୨୦, ୨୧-୧୭ରେ ପରାସ୍ତ କରି କ୍ୱାଟର ଫାଇନାଲରେ ପହଁଞ୍ଚିଛନ୍ତି ।

Related posts

କମଳାକାନ୍ତ ବିଦ୍ୟାପୀଠ ଇଣ୍ଡୋର ଷ୍ଟାଡିଅମ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ

Odisha Sports Bureau

ୟୁରୋପିୟ ଓପନର ସେମିଫାଇନାଲରେ ପ୍ରବେଶ କଲେ ଏଣ୍ଡି ମରେ

Odisha Sports Bureau

ବିଶ୍ୱ ପାରା ବ୍ୟାଡ଼ମିଣ୍ଟନ ବିଜେତା ପ୍ରମୋଦଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି

Odisha Sports Bureau