Badminton

ପୁଣି ସ୍ୱର୍ଣ୍ଣ ଦେଲେ ଭଗତ

(ଓଡ଼ିଶା ସ୍ପୋର୍ଟ):  ପୁଣି ଭାରତ ପାଇଁ ଗର୍ବ ଆଣିଲେ ଭଗତ । ପାରା ଓଡ଼ିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସେ ଜିତିଛନ୍ତି ଡବଲ ସ୍ବର୍ଣ୍ଣ ପଦକ। ପୁରୁଷ ସିଙ୍ଗଲ୍ସ ବର୍ଗର ଫାଇନାଲରେ ଅନ୍ୟ ଭାରତୀୟ ଶଟଲର ନୀତିଶ କୁମାରଙ୍କୁ ୨୧-୧୮, ୨୧-୧୫, ୨୧-୧୪ ଗେମ୍ରେ ହରାଇ ଦେଇଛନ୍ତି। ସେହିଭଳି ଡବଲ୍ସ ବର୍ଗରେ ମନୋଜ ସରକାରଙ୍କୁ ସାଥୀ କରି ପ୍ରମୋଦ ଫାଇନାଲରେ ୨୧-୧୯, ୨୧-୯ ବ୍ୟବଧାନରେ ଫ୍ରାନ୍ସର ମାଥି ଥୋମାସ ଓ ଗୁଇଲାମେ ଗଲିଙ୍କୁ ହରାଇ ପୋଡିୟମର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟ ପୂର୍ବରୁ ପ୍ରମୋଦ ବ୍ରାଜିଲ ପାରା ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପରେ ଡବଲ ସ୍ବର୍ଣ୍ଣ ଜିତିଥିଲେ।

Related posts

ବିଶ୍ବର ଶ୍ରେଷ୍ଠ ୨୫ ଆୟକାରୀ ମହିଳା ଆଥ୍ଲେଟଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ପିଭି ସିନ୍ଧୁ

Odisha Sports Bureau

ଜାପାନ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଏକକାଳୀନ ତିନିଟି ସ୍ବର୍ଣ୍ଣ ପଦକ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି ପ୍ରମୋଦ ଭଗତ

Odisha Sports Bureau

୩୫ତମ ଗ୍ରାଣ୍ଡସ୍ଲାମ ଫାଇନାଲ୍‌ରେ ଜୋକୋଭିକ୍‌