Badminton

ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ନୂଆଦିଲ୍ଲୀ : ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୨୩ ଚାମ୍ପିଅନସିପର ଡବଲ୍‌ସରେ ସ୍ୱର୍ଣ୍ଣ ଓ ସିଙ୍ଗଲସରେ ରୌପ୍ୟ ପଦକ ଜିିତିଛନ୍ତି ପ୍ରମୋଦ ଭଗତ। ସାଓପାଲୋରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଡବଲସ୍‌ରେ ସୁକାନ୍ତ କଦମ ସହ ମିଶି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସିଙ୍ଗଲସରେ ପ୍ରମୋଦ ଭଗତ ରୌପ୍ୟ ଜିତିଥିବା ବେଳେ ସୁକାନ୍ତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ଅବସରରେ ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆଗକୁ ଆହୁରି ଗୌରବ ଅର୍ଜନ କରି ଦେଶକୁ ଗର୍ବିତ କରାନ୍ତୁ ବୋଲି କହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ |

 

Related posts

ଲଗାତର ୩ ଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

Odisha Sports Bureau

ସାରଲୋରଲକ୍ସ୍ ଓପନରୁ ବିଦାୟ ନେଲେ ଅଜୟ ଏବଂ ଶୁଭଙ୍କର

Odisha Sports Bureau

ମହିଳା ସିଙ୍ଗିଲ୍ସର ସେମି ଫାଇନାଲ୍ ରେ ହାରି ଯାଇଛନ୍ତି ସାଇନା ନେହୱାଲ୍

Odisha Sports Bureau