Football

ଓଡ଼ିଶା ଦଳରେ ଯୋଡ଼ି ହେଲେ ଡାଭିଡ ଭିଲା

ଭୁବନେଶ୍ୱର(ଓଡ଼ିଶା ସ୍ପୋର୍ଟସ): ଓଡ଼ିଶା ଫୁଟବଲ କ୍ଲବ ପାଇଁ ଆସିଲା ଖୁସି ଖବର । ଏହି ଦଳ ସହ ଯୋଡ଼ି ହୋଇଛନ୍ତି ଫୁଟବଲ ଜଗତର ଜଣାଶୁଣା ନାଁ ଡାଭିଡ ଭିଲା । ସ୍ପେନ ପାଇଁ ୯୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି ଦମଦାର ଖେଳାଳୀ ଏବେ ଓଏଫସି ସହ ଯୋଡ଼ି ହୋଇଛନ୍ତି । ଏହାପରେ ସେ ଗ୍ଲୋବାଲ ଫୁଟବଲ ଅପରେସନ୍ସ ମୁଖ୍ୟ ଭାବରେ କାର୍ଯ୍ୟ କରିବେ । ଓଏଫସି ସହ ଯୋଗ ଦେବା ପରେ ଏଠାରେ ସେ ନିଜର ଅଭିଜ୍ଞତା ଏବଂ ଦକ୍ଷତାକୁ ଏଠାରେ ଉପଯୋଗ କରିବେ ବୋଲି କହିଛନ୍ତି । ତେବେ ଡାଭିଡ ଭିଲାଙ୍କ ଆଗମନ ଓଡ଼ିଶା ଏଫସିର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିବା କହିଛନ୍ତି କ୍ଲବ ସଭାପତି ରାଜ ଅଥ୍ୱାଲ ।
ଫୁଟବଲ ଜଗତର ଏହି କିମ୍ବଦନ୍ତୀ ସ୍ପେନ ପାଇଁ ୟୁରୋ କପ, ବିଶ୍ୱ କପ, ଚମ୍ପିଆନ୍ସ ଲିଗ ସହ ବାର୍ସିଲୋନା ପାଇଁ ଲା-ଲିଗା ଜିତାଇଛନ୍ତି । ତେବେ ସେ ଓଡ଼ିଶା ଦଳରେ ଯୋଡ଼ି ହେବା ପରେ ଓଏଫସି ଆଗାମୀ ବର୍ଷ ଶୀର୍ଷରେ ପହଞ୍ଚାଇବ ବୋଲି ଆଶା ରଖିଛି । ଡାଭିଡଙ୍କ ସହ ଓଡ଼ିଶା ଫୁଟବଲ କ୍ଲବ ଆହୁରି ଆଗକୁ ଯିବ ବୋଲି ଖୁବ ଆଶାୟୀ ଅଛନ୍ତି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଏବଂ ଯୁବସେବା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ।

Related posts

ବିଶ୍ୱକପର କ୍ୱାର୍ଟର ଫାଇନାଲରୁ ବିଦାୟ ନେବା ପରେ କୋଚ୍ ପର୍ଣ୍ଣାଡୋ ସାଣ୍ଟୋସ ଇସ୍ତଫା

Odisha Sports Bureau

୨୩.୫୧ ଲକ୍ଷ ଟଙ୍କାରେ ବିକ୍ରି ହେଲା ଷ୍ଟାର ଫୁଟବଲର ପେଲେଙ୍କ ଜର୍ସୀ

Odisha Sports Bureau

ମେସି Vs ଏମ୍ବାପ୍ପେ, ମେସିଙ୍କ ରେକର୍ଡ ଭାଙ୍ଗିବେ କି ଏମବାପ୍ପେ ?