Football

ଭାରତର ପ୍ରଥମ ବିଜୟ ,ଏକ୍ଟିଭ ଫୁଟବଲର ସୁନିଲ ଛେତ୍ରୀ

(ଓଡିଶା ସ୍ପୋର୍ଟ): ଭାରତର ସବୁଠାରୁ ସଫଳତମ ଫୁଟବଲର ସୁନିଲ ଛେତ୍ରୀ ବିଶ୍ୱର ଅନ୍ୟତମ ମହାନ ଫୁଟବଲର ଲିଓନ ମେସିଙ୍କୁ ପଛରେ ପକାଇ ଦେଇଛନ୍ତି ।ସୁନିଲ ଛେତ୍ରୀ ରବିବାର ପୁଣିଥରେ ସ୍ୱର୍ଣ୍ଣିମ ଅନୁଭୂତି ହାସଲ କରିଛନ୍ତି ।ଗୋଲ ମେସିନ ନାଁରେ ଅଧିକ ପରିଚିତ ଛେତ୍ରୀ ଥାଇଲାଣ୍ଡ ବିପକ୍ଷରେ ଏଏଫସି ଏସୀୟ କପ ଗୃପ ପର୍ୟ୍ୟାୟରେ ୨ ଗୋଲ ଦେଇଛନ୍ତି । ଏହି ୨ ଗୋଲ ସହିତ ତାଙ୍କର ଇଣ୍ଟରନ୍ୟାସନାଲ ଗୋଲ ସଂଖ୍ୟା ୬୭ରେ ପହଂଚିଛି ।

ଆବୁଧାବିରେ ଖେଳାଯାଇଥିବା ଭାରତ-ଥାଇଲାଣ୍ଡ ମୁକାବିଲା ୪-୧ରେ ଶେଷ ହୋଇଛି । ଥାଇଲାଣ୍ଡ ବିରୋଧରେ ମ୍ୟାଚର ୨୭ ମିନିଟରେ ଏକ ପେନାଲ୍ଟି ଗୋଲ ଦେଇ ମେସିଙ୍କ ସମକକ୍ଷ ହୋଇଥିଲେ ଛେତ୍ରୀ । ଅନ୍ତର୍ଜାତୀୟ ଗୋଲ ମାମଲାରେ ସେ ଜଣେ ଏକ୍ଟିଭ ଫୁଲବଲର ପରିଚୟ ପାଇଗଲେ । ୩୪ ବର୍ଷିଅ ଛେତ୍ରୀ ଆର୍ଜେଣ୍ଟିନାର ସୁପରଷ୍ଟାର ଲିଓନ ମେସିଙ୍କୁ ପଛରେ ପାକଇବାକୁ ସଫଳ ହୋଇଛନ୍ତି । ମେସି ୧୨୮ ଅନ୍ତର୍ଜାତୀୟ ମ୍ୟାଚରେ ୬୫ ଗୋଲ ଦେଇଛନ୍ତି । ପର୍ତ୍ତୃଗାଲର ସୁପରଷ୍ଟାର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ୧୫୪ ମ୍ୟାଚରେ ୮୫ ଗୋଲ ଦେଇଛନ୍ତି ।

Related posts

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

Odisha Sports Bureau

ଫୁଟବଲ ଖେଳୁଥିବା ସମୟରେ ଚାଲିଗଲା ଜୀବନ

Odisha Sports Bureau

ସେମିଫାଇନାଲ୍‌ରେ ବିଶ୍ୱର ଶୀର୍ଷ ୪ ଦଳ