Cricket

ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ।

ଇମର୍ଜିଂ ସ୍ପୋଟର୍‌ସ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ହେବାକୁ ଯାଉଛି ଏସିଆର ସର୍ବବୃହତ୍‌ ତଥା ସମ୍ମାନଜନକ ଏକାମ୍ର ସ୍ପୋଟର୍ସ ଲିଟେରାରି ଫେଷ୍ଟିଭାଲ। ନଭେମ୍ବର ୨ ଓ ୩ ତାରିଖରେ ହେବାକୁଥିବା ଏହି ମେଗା କାର୍ଯ୍ୟକ୍ରମରେ ଗୋଟିଏ ସ୍ଥାନରେ ଏକାଠି ହେବେ ଦେଶ ବିଦେଶର ପ୍ରତିଷ୍ଠିତ କ୍ରୀଡ଼ା ତାରକା, ସାହିତ୍ୟିକ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ସାମ୍ବାଦିକ ଏବଂ ପ୍ରତିଷ୍ଠିତ ଲେଖକ। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍‌ । ହକି ମହାକୁମ୍ଭ ଆୟୋଜନ ହେବାର କିଛି ସପ୍ତାହ ପୂର୍ବରୁ ସ୍ପୋଟର୍‌ସ ଲିଟେରାରୀ ଫେଷ୍ଟିଭାଲ ଭୁବନେଶ୍ୱରରେ ଖେଳର ଏକ ଭିନ୍ନ ମାହୋଲ ସୃଷ୍ଟି କରିବ ନିଶ୍ଚିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବକୁ ଉଦ୍‌ଘାଟନ କରିବା କର୍ଯ୍ୟକ୍ରମ ରହିଛି।

ସ୍ପୋଟର୍‌ସ ଲିଟେରାରୀ ଫେଷ୍ଟିଭାଲରେ କ୍ରୀଡ଼ା ସହିତ ସମ୍ପୃକ୍ତ ବିଭିନ୍ନ ବିଭାଗର ହେଭିଓ୍ବେଟ ବ୍ୟକ୍ତିବିଶେଷ ଯୋଗଦେବେ। ହୋଟେଲ ମେ ଫେୟାର ଲାଗୁନ୍‌ରେ ୨ ଦିନଧରି ହେବାକୁଥିବା ଏହି କ୍ରୀଡ଼ା ମହୋତ୍ସବରେ ୩୦ ଜଣ ଶ୍ରେଷ୍ଠ ବକ୍ତା ସେମାନଙ୍କ ବହୁମୂଲ୍ୟ କାର୍ଯ୍ୟ, କୃତିତ୍ୱ, ସଫଳତା ଓ ଦୃଷ୍ଟିକୋଣ ସମ୍ପର୍କରେ ଅବଗତ କରାଇବେ। ଭାରତରେ ଏଭଳି ଏକ ମହୋତ୍ସବ ଆୟୋଜନ ହେବା ଏହା ପ୍ରଥମ। ଫଳରେ ଏଭଳି ଏକ ଉଚ୍ଚକୋଟୀର କାର୍ଯ୍ୟକ୍ରମ ନିଃସନ୍ଦେହରେ କ୍ରୀଡ଼ା ଓ ସାହିତ୍ୟ ଜଗତରେ ଚର୍ଚ୍ଚା ସୃଷ୍ଟି କରିବ। ଏଥିସହିତ ନୂଆ କ୍ରୀଡ଼ାଦର୍ଶନ ଓ ରଣନୀତିକୁ ଏହି ଉତ୍ସବ ବାଟ ଦେଖାଇବାରେ ସହାୟକ ହେବ।

Related posts

ଲଗାତାର ପାଞ୍ଚଟି ପରାଜୟ ପରେ KKR ର ଭାଗ୍ୟ ଚମକିବ!

Odisha Sports Bureau

ଦ୍ୱିତୀୟ ମ୍ୟାଚ ପୂର୍ବରୁ କୋର୍ଟରେ ମାମଲା ରୁଜୁ

Odisha Sports Bureau

ଟି-୨୦ ବିଶ୍ୱକପ୍ ୨୦୨୬: କଲମ୍ବୋ ମୁକାବିଲା ପୂର୍ବରୁ ସଲମାନ ଅଲି ଆଗାଙ୍କ ବଡ଼ ବୟାନ

Odisha Sports Bureau