More Sports

ଆଜିଠୁ ଆରମ୍ଭ ହେଉଛି ଏସୀୟ ରଗବି ସେଭେନ୍ସ

 ଆଜିଠୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ବାଳିକା ଏସୀୟ ରଗବି ସେଭେନ୍ସ ପ୍ରତିଯୋଗିତା । ଭାରତ ପ୍ରଥମଥର ପୋଡିୟମରେ ପହଞ୍ଚିବା ନେଇ ଆଶାବାଦୀ ରହିଛି । ବିଗତ ଦୁଇ ସଂସ୍କରଣ ୟୁଏଇର ଦୁବାଇରେ ଅନୁଷ୍ଠିତ ହୋଉଥିବା ବେଳେ ଭାରତ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହିଥିଲା। କିଛି ବର୍ଷ ହେବ ଓଡ଼ିଶାର ବାଳକ ଓ ବାଳିକାମାନେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଦୃଷ୍ଟିରୁ ଏସୀୟ ବାଳିକା ସେଭେନ୍ସ ପ୍ରତିଯୋଗିତା ଭୁବନେଶ୍ବରରେ ଆୟୋଜିତ ହେବା ସବୁଠାରୁ ଉପଯୁକ୍ତ ସ୍ଥାନ ବୋଲି କହିଥିଲେ ନାସିର। ଆମେ ଏହି ପ୍ରତିଯୋଗିତାକୁ ନେଇ ମଧ୍ୟ ଢ଼େର ଉତ୍ସାହିତ ଓ ଇଲ୍ଲସିତ ଅଛୁ ବୋଲି କହିଥିଲେ ନାସିର। ଭାରତୀୟ ଦଳ ବିଗତ ୪ ସପ୍ତାହ ହେଲାଣି ଭୁବନେଶ୍ବରରେ ପ୍ରସ୍ତୁତି ଚଳାଇଥିବାବେଳେ ଗୁରୁବାର ସୁଦ୍ଧା ଅନ୍ୟ ସମସ୍ତ ଦଳ ପହଞ୍ଚି ସାରିଛନ୍ତି। ଏସିଆ ମହାଦେଶର ୧୨ ଦଳ ଯଥା ହଂକଂ, ଚୀନ, ୟୁଏଇ, ଫିଲିପାଇନ୍ସ, ଲାଓସ୍, କାତାର, ନେପାଳ, ଚାଇନିଜ୍ ତାଇପେ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ଭାରତ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭୁବନେଶ୍ବର ଖୁବ୍ ଶୀଘ୍ର ଦେଶର କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ମଧ୍ୟ ସ୍ବୀକାର କରିଥିଘଲେ ରାହୁଲ। ଏଠାକାର ଭିତ୍ତିଭୂମି, ହୋଟେଲ ଓ ରାସ୍ତାଘାଟ ଦେଖିଲା ପରେ ଏହାଠାରୁ ଭଲ ଭେନ୍ୟୁ ଆଉ ଏସୀୟ ରଗ୍‌ବି ‌ସେଭେନ୍ସ ପାଇଁ ମିଳିନଥିନ୍ତା ବୋଲି ରାହୁଲ କହିଥିଲେ। ରଗ୍‌ବି ବଡ଼ ଖେଳ ନୁହେଁ‌ କି ଏଥିପ୍ରତି ପ୍ରଶଂସକଙ୍କ ମଧ୍ୟରେ ପାଗଳାମି ନାହିଁ। କିନ୍ତୁ ଭାରତ ଟେଷ୍ଟ କ୍ରିକେଟରେ ୭୦ ବର୍ଷ ପରେ ଶୀର୍ଷରେ ପହଞ୍ଚିବା ୧୯୯୮ରେ ରଗ୍‌ବି ଭାରତ ଆସିବା ପରେ ରଗ୍‌ବି ଇଣ୍ଡିଆ ଏହାର ବିକାଶ ଦିଗରେ ଅଧିକ କାମ କରିଛି। ଫଳରେ ଦେଶର ୨୧୦ ଜିଲ୍ଲାରେ ଏହା ପ୍ରସାରିତ ‌େହାଇପାରିଛି। ଦ୍ବିତୀୟତଃ ଏସୀୟ ରଗ୍‌ବି ସେଭେନ୍ସ ପ୍ରତିଯୋଗିତା ମହିଳା ସଶସ୍ତିକରଣର ଅନ୍ୟତମ ମାଧ୍ୟମ ହୋଇପାରିଛି। ୧୨ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଜଣ ସ୍ଥାନ ପାଇବା ସବୁଠାରୁ ଉଲ୍ଲେଖନୀୟ ବିଷୟ।

Related posts

ଅଲ-ଓଡିଶା ଇଣ୍ଟର-କ୍ଲବ ଭାରୋତ୍ତୋଳନ: ୧୨ ଟି ସ୍ୱର୍ଣ୍ଣ ପଦକ ଜିତିଲା ସ୍ପୋର୍ଟସ ହଷ୍ଟେଲ ଭୁବନେଶ୍ୱର

ଏଫଆଇଏଚ୍ ପ୍ରୋ ଲିଗ ସ୍ଥଗିତ

Odisha Sports Bureau

ବିଶ୍ୱ ମୁଷ୍ଟିଯୋଦ୍ଧା ଚମ୍ପିଆନସିପରେ ୧୯ ବର୍ଷିୟ ମଞ୍ଜୁ ଜିତିଲେ ରୌପ୍ୟ

Odisha Sports Bureau