Cricket

ଏମସିଏ ଷ୍ଟାଡିୟମରେ କୋହଲି ହେଉଛନ୍ତି ବିରାଟ ଖେଳାଳି

 ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ ୩ୟ ଦିନିକିଆରେ ମୁହାମୁହିଁ ହେବେ । ଏହି ମୁକାବିଲା ପୁନେର ମହାରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ହେବ । ଏହି ପଡ଼ିଆରେ ସର୍ବାଧିକ ରନ ବିରାଟ କୋହଲି ସଂଗ୍ରହ କରିଛନ୍ତି । ଏଠାରେ ସବୁଠାରୁ ଆଶ୍ଚର୍ୟ୍ୟର ଘଟଣା ହେବାକୁ ଯାଉଛି । କୋହଲିଙ୍କୁ ଏଠାରେ ଚଳିତ ଶୃଙ୍ଖଳାରେ ହ୍ୟାଟ୍ରିକ ଶତକ ମାରିବାକୁ ସୁଯୋଗ ମିଳିଛି । ବିରାଟ କୋହଲି ୨୦୧୮ରେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ ଏବଂ ଅଧିକ ଶତକ ହାସଲ କରିଛନ୍ତି ।

ବିରାଟ କୋହଲି ଏମସିଏ ପଡ଼ିଆରେ ୩ଟି ମ୍ୟାଚ ଖେଳିଛନ୍ତି । ସେ ଏହି ପଡ଼ିଆରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୨୧୨ ରନ ସଂଗ୍ରହ କରିଛନ୍ତି । ସେ ହେଉଛନ୍ତି ଏକମାତ୍ର କ୍ରିକେଟର ଯିଏକି ଏହି ପଡ଼ିଆରେ ୨୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଏହି ପଡ଼ିଆରେ ୨ୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି କେଦାର ଯାଧବ । ସେ ୨ଟି ମ୍ୟାଚରେ ୧୨୦ ରନ ସଂଗ୍ରହ କରିଛନ୍ତି । ବିରାଟ ଓ ଯାଧବଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ୧୦୦ ରନ ସଂଗ୍ରହ କରିପାରି ନାହାନ୍ତି । ଏମସିଏ ଷ୍ଟାଡିୟମରେ ବିରାଟ, ଶିଖର ଧାୱନ ଓ ମହେନ୍ଦ୍ର ସିଂହ ଧୋନି ୩-୩ ମ୍ୟାଚ ଖେଳିଛନ୍ତି ।

ବର୍ତ୍ତମାନ ଜାରି ଥିବା ୫ ମ୍ୟାଚ ଶୃଙ୍ଖଳାରେ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଶତକ ହାସଲ କରିଛନ୍ତି । କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଗୌହାଟୀରେ ୧୪୦ ରନ ଏବଂ ବିଶାଖାପାଟଣାରେ ୧୫୩ ରନ ସଂଗ୍ରହ କରିଥିଲେ । ଏବେ ସେ ୯ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇବାକୁ ଉଦ୍ୟମ କରିବେ, ଯେଉଁମାନେ କି କ୍ରିକେଟରେ କ୍ରମାଗତ ଭାବରେ ହ୍ୟାଟ୍ରିକ ଶତକ ହାସଲ କରିଛନ୍ତି । ଏହି ତାଲିକାରେ ଶ୍ରୀଲଙ୍କାର କୁମାର ସଙ୍ଗାକାର ପ୍ରଥମ ସ୍ଥାନରେ ଅଛନ୍ତି । ସେ ୨୦୧୫ରେ କ୍ରମାଗତ ଭାବରେ ୪ଟି ଶତକ ହାସଲ କରିଥିଲେ । ତାଙ୍କ ବ୍ୟତୀତ ଜହୀର ଆବାସ, ସଇଦ ଅନୱାର, ହର୍ଷଲ ଗିବ୍ସ, ଏବି ଡିଭିଲିୟର୍ସ, କ୍ୱିଣ୍ଟନ ଡି-କକ, ରସ ଟେଲର, ବାବର ଆଜମ ଓ ଜନି ବେୟାରଷ୍ଟୋ ମଧ୍ୟ ହ୍ୟାଟ୍ରିକ ଶତକ ହାସଲ କରିଛନ୍ତି । ଇଂଲଣ୍ଡର ବେୟାରଷ୍ଟୋ ୨୦୧୮ରେ ଏହି କାମ କରିଛନ୍ତି ।

Related posts

ସେମିଫାଇନାଲ ଜିତି ଏସିଆ କପ ଫାଇନାଲରେ ପ୍ରବେଶ କଲା ଭାରତୀୟ ମହିଳା କ୍ରିକେଟ ଦଳ

ପୁଣି ଥରେ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି ରୋହିତ ଶର୍ମା

Odisha Sports Bureau

ନ୍ୟାସନାଲ କ୍ରିକେଟ୍ ଏକାଡେମିକୁ ଯିବେ ପାଣ୍ଡ୍ୟା

Odisha Sports Bureau