Cricket

ଶେଷ ଦିନିକିଆ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତୀୟ ଟିମ୍‌ ଗୁରୁବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୫ମ ତଥା ଶେଷ ଦିନିକିଆ ଖେଳିବ। ଏହି ମ୍ୟାଚ ଜିତି ଭାରତ ଶୃଙ୍ଖଳାକୁ ୩-୧ରେ ଶେଷ କରିବାକୁ ଲକ୍ଷ୍ୟ ରଖିବ। ଥିରୁବନନ୍ତପୁରମସ୍ଥିତ ୟୁନିଭରସିଟି ଷ୍ଟାଡିୟମରେ ଦିନିକିଆ ମୁକାବିଲା ଖେଳା ଯାଇଥିଲା, ଯେଉଁଥିରେ ଇଣ୍ଡିଜ ଟିମ ୯ ଓ୍ଵିକେଟରେ ବିଜୟୀ ହୋଇଥିଲା। ସେହି ସମୟରେ ୱେଷ୍ଟଇଣ୍ଡିଜ ଟିମ୍‌ ମଜବୁତ ଥିଲା।
ବର୍ତ୍ତମାନ ଶୃଙ୍ଖଳାର ଏହି ମୁକାବିଲା ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ, ଯାହାକି ଏହି ଷ୍ଟାଡିୟମର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ। ଭାରତ ଗତ ଥର ଦିନିକିଆ ଶୃଙ୍ଖଳା ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରି ଯାଇଥିଲା। ମାତ୍ର ଏବେ ଭାରତର ସ୍ଥିତି ଭଲ ଅଛି। ଚଳିତ ଶୃଙ୍ଖଳାରେ ଭାରତ ୨ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ହାରିଛି। ସେହିଭଳି ଗୋଟିଏ ମ୍ୟାଚ ଟାଇ ହୋଇଛି।

ଟିମ୍‌ ଇଣ୍ଡିଆକୁ ଶୃଙ୍ଖଳାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କଡା ଚ୍ୟାଲେଞ୍ଜ କରିବାକୁ ହେବ। କାରଣ ଭାରତ ପୁନେ ଦିନିକିଆରେ ପରାସ୍ତ ହୋଇ ଯାଇଥିଲା।

Related posts

ଧର୍ମଶାଳା ଟେଷ୍ଟମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା

Odisha Sports Bureau

ବାହାନଗା ଟ୍ରେନ୍ ଟ୍ରାଜେଡି: ପୀଡ଼ିତଙ୍କ ଚିକିତ୍ସା ପାଇଁ ୧ଲକ୍ଷ ଟଙ୍କା ଦାନ କଲେ ଚହଲ

ସୟଦ ମୁସ୍ତାକ ଅଲୀ ଟି-୨୦ରେ ଓଡ଼ିଶା ବିଜୟୀ

Odisha Sports Bureau