Cricket

ପର୍ଥ ଟେଷ୍ଟରେ ଭାରତର ପରାଜୟ ସିରିଜ ୧-୧ରେ ବରାବର

(ଓଡିଶା ସ୍ପୋର୍ଟ): ପର୍ଥରେ ପରାଜୟ । ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ୧୪୬ ରନ୍ରେ ହାରିଛି ଭାରତ । ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ୨୮୭ ରନ୍ର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ । ହେଲେ ପଞ୍ଚମ ଦିନରେ ଲଞ୍ଚ ପୂର୍ବରୁ ମାତ୍ର ୧୪୦ ରନ୍ରେ ଅଲଆଉଟ୍ ହୋଇଯାଇଛି ଭାରତ । ଦଳ ପକ୍ଷରୁ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୨୬ ରନ୍ କରିଥିବା ବେଳେ ଭାରତ କରିଥିଲା ୨୮୩ ରନ୍ । ଶତକ ହାସଲ କରିଥିଲେ ଅଧିନାୟକ ବିରାଟ କୋହଲୀ ।

ଯଶପ୍ରୀତ ବୁମରା ମାତ୍ର ୩ଟି ବଲ ଖେଳି ଆଉଟ ହୋଇଯାଇଥିଲେ । ବୁମରାଙ୍କୁ ପେଟ କମିନ୍ସ ନିଜେ ବଲ ଦେଇ କ୍ୟାଚ ବି ନେଇଥିଲେ । ସେହିପରି ଉମେଶ ଯାଦବ ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରି ନଥିଲେ । ମିଚେଲ ଷ୍ଟାର୍କଙ୍କ ଦ୍ୱାରାସେହିପରି ଦ୍ୱିତୀୟ ଇନିଂସରେ ୨୪୩ ରନ୍ କରି ଭାରତକୁ ୨୮୩ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ଘରୋଇ ଦଳ । ଜବାବରେ ଭାରତ ମାତ୍ର ୧୪୦ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା । ଅଷ୍ଟ୍ରେଲିଆର ଏହି ବିଜୟ ଫଳରେ ସିରିଜ୍ ୧-୧ରେ ବାରାବର ରହିଛି । ଆସନ୍ତା ୨୬ ତାରିଖରେ ମେଲବର୍ଣ୍ଣରେ ତୃତୀୟ ଟେଷ୍ଟ ଖେଳାଯିବ । ଆଉଟ ହୋଇ ପାଭଲିଅନ ଫେରିଥିଲେ ଉମେଶ ।

Related posts

ସୂର୍ଯ୍ୟଙ୍କୁ ପଛରେ ପକାଇ ସବୁଠାରୁ ଦ୍ରୁତତମ ବ୍ୟାଟସମ୍ୟାନ୍ ଭାବେ ୧୦୦ ଛକା ମାରିଲେ ଅଭିଷେକ

ICC ରାଙ୍କିଙ୍ଗରେ ପୁଣି ଚମକିଲେ ଦୀପ୍ତି ଶର୍ମା, ଶୀର୍ଷରେ ବଜାୟ, ଏହି ଭାରତୀୟ ଖେଳାଳିମାନେ ମଧ୍ୟ ଡେଇଁଲେ

Odisha Sports Bureau

ବିସିସିଆଇ ଅଧ୍ୟକ୍ଷ ଶୌରଭ ଗାଙ୍ଗୁଲି ଅସୁସ୍ଥ

Odisha Sports Bureau