More Sports

ଓଡ଼ିଶାକୁ ଚେସରେ ସ୍ୱର୍ଣ୍ଣ ଓ ସନ୍ତରଣରେ ରୌପ୍ୟ

(ଓଡିଶା ସ୍ପୋର୍ଟ): ଚମକିଲେ ଓଡ଼ିଶା କ୍ରୀଡ଼ାବୀତ । ଦୁଇଟି ପୃଥକ କ୍ରୀଡ଼ାରେ ଓଡ଼ିଶାକୁ ମିଳିଛି ସଫଳତା ମିଳିଛି । ଓଡ଼ିଆ ଚେସ୍ କୁଇନ୍ ପଦ୍ମିନୀ ରାଉତ ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଚାମ୍ପିୟନ୍‌ଶିପ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅନ୍ୟ ପଟେ ସନ୍ତରଣରେ ସଫଳତା ହାସଲ କରିଛନ୍ତି ପ୍ରତ୍ୟାଶା ରାୟ।

ପଦ୍ମିନୀ ଫିଲିପାଇନ୍ସର ମକାଟିରେ ଚାଲିଥିବା ଏସିଆନ୍‌ କଣ୍ଟିନେଣ୍ଟାଲ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ୯ ରାଉଣ୍ଡରୁ ୭ ପଏଣ୍ଟ ହାସଲ କରି ଚାମ୍ପିଅନ ହୋଇଛନ୍ତି। ଏଥିସହିତ ୨୪ ବର୍ଷୀୟ ଇଣ୍ଟରନ୍ୟାସନାଲ ମାଷ୍ଟର ପଦ୍ମିନୀ ଆସନ୍ତା ୨୦୨୦ରେ ହେବାକୁ ଥିବା ମହିଳା ବିଶ୍ୱକପ ଚେସ୍ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଅନ୍ୟପଟେ ପ୍ରତ୍ୟାଶା ୧୭ ବର୍ଷରୁ କମ୍‌ ୨୦୦ ମିଟର ସନ୍ତରଣ ପ୍ରତିଯୋଗିତାରେ ୨.୩୪: ୭୯ ମିନିଟ୍‌ରେ ଟାର୍ଗେଟ୍‌ ଛୁଇଁ ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଛନ୍ତି। ଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମ୍‌ରେ ଚାଲିଥିବା ୬୪ତମ ନ୍ୟାସନାଲ୍‌ ସ୍କୁଲ୍‌ ଗେମ୍ସ ସ୍ୱିମିଂ ଚାମ୍ପିୟନ୍‌ଶିପ୍‌ରେ ତାଙ୍କୁ ରୌପ୍ୟ ମିଳିଛି।

Related posts

‘କିଡ୍ସ କାଟେଗୋରି’ରେ ଧ୍ରୁବ ମନୋଜ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି

Odisha Sports Bureau

ପ୍ରୋ କବାଡ୍ଡୀ: ତାମିଲ ଥଲାଇବାଜକୁ ହରାଇଲା  ୟୁପି ଯେଦ୍ଧା

Odisha Sports Bureau

ନିରଜ ଚୋପ୍ରାଙ୍କ ବଡ଼ ନିଷ୍ପତ୍ତି: ସିଧା ବିଶ୍ୱ ଚାମ୍ପିୟନସିପରେ ଆସିବେ ନଜର