Cricket

ଆଜି ଜୟପୁରରେ ଆଇପିଏଲ ଖେଳାଳିଙ୍କ ନିଲାମି

(ଓଡିଶା ସ୍ପୋର୍ଟ): ଆଇପିଏଲ୍ ପାଇଁ ଖେଳାଳି ନିଲାମ ରାଜସ୍ଥାନର ଜୟପୁରଠାରେ କରାଯିବ।ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୨ ତମ ସଂସ୍କରଣ ପାଇଁ ଆସନ୍ତାକାଲି ଖେଳାଳି ନିଲାମ ହେବ। ଫ୍ରାଞ୍ଚାଇଜିମାନେ ବିଶ୍ୱର ବେଷ୍ଟ ଖେଳାଳିଙ୍କୁ କିଣିବା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି। ସେଥିପାଇଁ ନିଲାମର ବହୁ ପୂର୍ବରୁ ଫ୍ରାଞ୍ଚାଇଜ୍ ମାଲିକମାନେ କିଛି ଖେଳାଳିଙ୍କୁ ଛାଡ଼ିଥିବା ବେଳେ ଆଉ କିଛି ଖେଳାଳିଙ୍କୁ ନିଜ ପାଖରେ ରଖିଛନ୍ତି।

ଏଥର ମାର୍ଚ୍ଚ ୨୯ରୁ ଆରମ୍ଭ ହେବ ଆଇପିଏଲ୍। ୧୨ତମ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ସନ୍ରାଇର୍ଜସ ହାଇଦ୍ରାବାଦ ମୁହାଁମୁହିଁ ହେବେ। କିନ୍ତୁ ତା’ ପୂର୍ବରୁ ଆସନ୍ତାକାଲି ଖେଳାଳି ନିଲାମ ହେବ। ଏଥର ନିଲାମ ପ୍ରକ୍ରିୟାରେ ସମୁଦାୟ ୩୪୬ ଜଣ କ୍ରିକେଟର ରହିଛନ୍ତି। ଏମାନଙ୍କ ମଧ୍ୟରେ ୨୨୪ ଜଣ ହେଉଛନ୍ତି ଭାରତୀୟ। ଏହି ଭାରତୀୟଙ୍କ ମଧ୍ୟରେ ଯୁବରାଜ ସିଂହ ଏବଂ ମହମ୍ମଦ ଶାମିଙ୍କ ଭଳି ଷ୍ଟାର ସାମିଲ ହୋଇଛନ୍ତି।

Related posts

ଆଫଗାନିସ୍ତାନରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କୁ ସମାଲୋଚନା କଲେ ୱାସିମ ଅକ୍ରମ

Odisha Sports Bureau

ଟି-୨୦ ଶେଷ ଶୃଙ୍ଖଳାରେ ଭାରତର ପରାଜୟ

Odisha Sports Bureau

ଓଡିଆଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା, ଖେଳିବେନି ଏହି ଖେଳାଳୀ

Odisha Sports Bureau