Hockey

ହକି ବିଶ୍ୱକପ୍- ବିଶୃଙ୍ଖଳା ସୃଷ୍ଟି ନ କରିବା ପାଇଁ ପାକିସ୍ଥାନର ଖେଳାଳିଙ୍କୁ ପ୍ରଶିକ୍ଷକଙ୍କ ଚେତାବନି

( ଓଡ଼ିଶାସ୍ପୋର୍ଟ): ଚଳିତ ମାସ ୨୮ ରୁ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ବିଭିନ୍ନ ଦେଶର ହେଳାଣୀ ଏଥିରେ ଯୋଗଦେବେ । ବିଶେଷ କରି ଦୁଇ ପାରମ୍ପରିକ ଦଳ ଭାରତ ଓ ପାକିସ୍ତାନ ମ୍ୟାଚ୍ ଆର୍କଷଣର କେନ୍ଦ୍ରବିନ୍ଦୁ ସାଜିବ । ଅନ୍ୟପଟେ ମ୍ୟାଚ୍ ରେ ଯେପରି କୌଣସି ବିଶୃଙ୍ଖଳା ସୃ୍ଷ୍ଟି ନ ହୁଏ ସେ ନେଇ ପାକିସ୍ଥାନ ଖେଳାଳିଙ୍କୁ ଚେତାବନି ଦେଇଛନ୍ତି ଏହାର ପ୍ରଶିକ୍ଷକ । । ‌ଯଦି କୌଣସି ଖେଳାଳି ବିଶୃଙ୍ଖଳିତ ଆଚରଣ ଦେଖାନ୍ତି ସେମାନଙ୍କ ପ୍ରତି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶିକ୍ଷକ ହାସନ ସର୍ଦାର ରବିବାର ଏକ ସାକ୍ଷତକାରରେ କହିଛନ୍ତି। ‌ଖେଳାଳିମାନଙ୍କ ‌‌କୌଣସି ପ୍ରକାର ଅଶୋଭନୀୟ ଆଚରଣକୁ ବରଦାସ୍ତ କରାଯିବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ଖେଳରେ ବ୍ୟବହାର ମୋ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଖେଳାଳିଙ୍କୁ ଚେତାଇ ଦେଇଥିବା ହାସନ୍‌ କହିଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ବରରେ ପୂର୍ବରୁ ଆୟୋଜିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ଖେଳାଳିମାନେ ବିଶୃଙ୍ଖଳିତ ଆଚରଣ କରିଥିଲେ। ମ୍ୟାଚ୍‌ ଜିତିବା ପରେ ସାର୍ଟ ଉଡାଇବା ସାଙ୍ଗକୁ ଅଶ୍ଲୀଳ ଭାବେ ଆଙ୍ଗୁଠିରେ ଇଙ୍ଗିତ କରିଥିଲେ। ସେତେବେଳେ ସେହି ଘଟଣାକୁ ନେଇ ପାକିସ୍ତାନ ଦଳ ସମାଲୋଚିତ ହୋଇଥିଲା। ଯେଉଁଥି ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ ଦୁଇ ଜଣ ପାକିସ୍ତାନ ‌ଖେଳାଳି ମହମ୍ମଦ ତୌଶିକ୍‌ ଓ ଅଲ୍ଲି ଅମ୍‌ଜାଦଙ୍କୁ ନିଲମ୍ବିତ କରିଥିଲା ବେଳେ ସାଫକତ୍‌ ରସୁଲଙ୍କୁ ଚେତାବନୀ ‌ଦେଇ ଛାଡ଼ି ଦେଇଥିଲା। ଏଭଳି ଘଟଣା ଯୋଗୁଁ ହକି ଇଣ୍ଡିଆ ଭାରତ‌ରେ ଆୟୋଜିତ ‘ହକି ଇଣ୍ଡିଆ ଲିଗ୍‌’ରେ ପାକିସ୍ତାନକୁ ‌ଖେଳିବା ଲାଗି ବାରଣ କରିଥିଲା। ଇତି ମଧ୍ୟରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଗତ ଏସୀୟ ଚାମ୍ପିଅନ୍‌ସ ଟ୍ରଫିରେ ଯୁଗ୍ମ ବିଜେତା ହୋଇଥିଲା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବନ୍ଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ବାକ୍‌ଯୁଦ୍ଧ ଲାଗି ରହିଛି। ଏପରିସ୍ଥଳେ ବିଶ୍ବକପ୍‌ ବେଳେ କୌଣସି ଦୁର୍ବ୍ୟବହାର ପ୍ରଦର୍ଶନ କରିବା କିମ୍ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରିବାକୁ ପାକ୍ ଖେଳାଳିଙ୍କୁ ପ୍ରଶିକ୍ଷକ ଚେତାବନୀ ଦେଇଛନ୍ତି।

Related posts

ଏଫଆଇଏଚ ପ୍ରୋ ଲିଗ୍; ଦ୍ୱିତୀୟ ମ୍ୟାଚରେ ବେଲଜିୟମଠୁ ପ୍ରତିଶୋଧ ନେଲା ଭାରତ

ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ଟାଇଟଲ ବିଜୟୀ

ସ୍ମାର୍ଟସିଟିରେ ଧକ୍ ଧକ୍ ଗର୍ଲ ମାଧୁରୀ

Odisha Sports Bureau