Cricket

ଭାରତ ବନାମ ଈଣ୍ଡିଜ ଟି ୨୦- ରୋହିତଙ୍କ ନୂଆ ରେକର୍ଡ଼ କରିବା ସମ୍ଭାବନା

(ଓଡ଼ିଶାସ୍ପୋର୍ଟ): ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆଁ ରେକର୍ଡ଼ ସ୍ଥାପନା କରିବା ପାଇଁ ୧୧ ରନ ଆବଶ୍ୟକ ଅଛି । ରୋହିତ ୮୫ ଟି ୨୦ ମ୍ୟାଚ୍ରେ ୨୦୯୨ ରନ ସଂଗ୍ରହ କରିଛନ୍ତି । ବିରାଟ କୋହିଲିଙ୍କ ନାମରେ ଟି ୨୦ରେ ୨୧୦୨ ରନ୍ ଅଛି । ଶିଖର ଧାୱନ ଆଉ ୨୦ ରନ୍ ଯୋଡ଼ିଲେ ଈଣ୍ଟରନ୍ୟାସନାଲ ମ୍ୟାଚ୍ରେ ୧୦୦୦ରନ ପୂରଣ କରିବେ । ଧାୱନ ୪୧ ଟି-୨୦ ମ୍ୟାଚରେ ୯୮୦ ରନ ସଂଗ୍ରହ କରିଛନ୍ତି ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟି-୨୦ ମ୍ୟାଚ ଶୃଙ୍ଖଳାର ୨ୟ ମୁକାବିଲା ମଙ୍ଗଳବାର ଲଖନଉରେ ଖେଳାଯିବ । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିବ । ଭାରତ କୋଲକାତାରେ ପ୍ରଥମ ଟି-୨୦ ଜିତିଥିଲା ।

ବର୍ଷ ୨୦୧୬ରେ ବିଶ୍ୱକପ ଟି-୨୦ ପରେ ଭାରତ ୩୨ଟି ଟି-୨୦ ମ୍ୟାଚ ଖେଳିଛି, ଯେଉଁଥିରୁ ୨୨ଟିରେ ଜିତିଥିବା ବେଳେ ୯ଟିରେ ପରାସ୍ତ ହୋଇଛି । ଏକ ମ୍ୟାଚର ଫଳାଫଳ ବାହାରି ନଥିଲା । ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ ୨୫ଟି ଟି-୨୦ ଖେଳିଥିବା ବେଳେ ମାତ୍ର ୯ଟି ଜିତିଛି ଓ ୧୪ଟି ହାରିଛି । ୨୨ତମ ଭାରତୀୟ ପଡ଼ିଆ ହେବ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ (ଇକାନା) ଷ୍ଟାଡିୟମ ଯେଉଁଠାରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଲଖନଉର ଏହା ହେବ ୩ୟ ଷ୍ଟାଡିୟମ ଯେଉଁଠାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ ।

Related posts

କେ.ଏଲ୍ ରାହୁଲଙ୍କୁ ବିଶ୍ୱକପର ଶ୍ରେଷ୍ଠ ୱିକେଟ୍ କିପର ବୋଲି କହିଲେ ଦୀନେଶ କାର୍ତ୍ତିକ

Odisha Sports Bureau

ଅବସର ଘୋଷଣା କଲେ ସ୍ପିନର ଶଦାବ ଜାକାତି

Odisha Sports Bureau

ଆଇସିସିର ବ୍ୟାନ ପରେ ଆଇପିଏଲକୁ ଫେରିବେ ୱାନିନ୍ଦୁ ହସରଙ୍ଗା

Odisha Sports Bureau