Cricket

ମହିଳା ଟି-୨୦ ବିଶ୍ୱକପ୍; ନ୍ୟୁଜିଲାଣ୍ଡକୁ ୩୪ ରନ୍ ରେ ହରାଇ ବିଜୟ ହେଲା ଭାରତ

(ଓଡ଼ିଶା ସ୍ପୋର୍ଟ): ଗତକାଲି ଠାରୁ ଆରମ୍ଭ ହୋଇଛି ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୱେଷ୍ଟଇଣ୍ଡିଜ୍ରେ ଗୁଏନାଠାରେ ଆୟୋଜିତ ଏହି ବିଶ୍ୱକପ୍ରେ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍ରେ ବିଜୟୀ ହୋଇଛି। ଦଳ ନ୍ୟୁଜିଲ୍ୟାଣ୍ଡକୁ ୩୪ ରନ୍ରେ ହରାଇଛି। ଏହି ମ୍ୟାଚ୍ରେ ଅଧିନାୟକ ହରମନ୍ପ୍ରୀତ କୌର ତାଙ୍କର ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି ଯାହାକି ଭାରତୀୟ ମହିଳାଭାବେ ମଧ୍ୟ ପ୍ରଥମ। ଏତଦ୍ବ୍ୟତୀତ ଏହି ଶତକ ଅନ୍ତର୍ଜାତୀୟ ମହିଳା ବିଶ୍ୱକପ୍ରେ ତୃତୀୟ ଶତକ।

ହରମନ୍ପ୍ରୀତ୍ କୌରଙ୍କ ଶତକ ବଳରେ ଭାରତ ୫ ୱିକେଟ୍ରେ ୧୯୪ ରନ୍ କରିଥିଲା। ୩୩ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିବା ହରମନ୍ପ୍ରୀତ୍ ବାକି ୫୦ ରନ୍ ମାତ୍ର ୧୬ଟି ବଲ୍ରୁ ସଂଗ୍ରହ କରିଥିଲେ। ସେ ୫୧ଟି ବଲ୍ରେ ୧୦୩ ରନ୍ କରିଥିଲେ। ଏଥିରେ ୭ ଚୌକା ଓ ୮ ଛକା ସାମିଲ ଥିଲା।

ଭାରତର ଆରମ୍ଭ ଭଲ ନଥିଲା। ଦୁଇ ଓପନର୍ ତାନିୟା ଭାଟିଆ ଓ ସ୍ମୃତି ମନ୍ଧାନା ଯଥାକ୍ରମରେ ୯ ଓ ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ୪୦ ରନ୍ରେ ଦଳ ତିନିଟି ୱିକେଟ୍ ହରାଇଥିଲା। ତେବେ ଜେମିମା ରଡ୍ରିଗ୍ୱେଜ୍ (୫୯ ରନ୍, ୪୫ ବଲ୍) ଓ ହରମନ୍ପ୍ରୀତ ପାଳିକୁ ସମ୍ଭାଳି ନେଇଥିଲେ।

Related posts

୨୪ ବଲରେ ବିସ୍ଫୋରକ ୬୮ ରନ୍ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ

Odisha Sports Bureau

କମାଲ କଲେ ରିଙ୍କୁ ସିଂ : ଛକା ମାରି ମିଡିଆ ବକ୍ସ କାଚ ଭାଙ୍ଗିଦେଲେ

Odisha Sports Bureau

ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ, କଡ଼ାକଡ଼ି ହେବ ପ୍ରତିଯୋଗିତା

Odisha Sports Bureau