Cricket

ପଡିଆ ମଧ୍ୟରେ ଟଳିପଡିଲେ ପାକିସ୍ତାନ ବ୍ୟାଟ୍ସ ମ୍ୟାନ୍ ଇମାମ

ପାକିସ୍ତାନ ଶୁକ୍ରବାର ଦିନ ଆବୁୁଧାବିରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ୬ ୱେକେଟରେ ହରାଇଥିଲା, କିନ୍ତୁ ଟିମ୍ ଏହି ବିଜୟର ଖୁସି ମନାଇପାରିନାହିଁ କାରଣ ଇମାମ ଉଲ ହକ୍ ଗମ୍ଭିର ରୂପରେ ଆଘାତ ହୋଇଯାେଇଥିଲେ । ଇମାମଙ୍କୁ ସର୍ଟ ବଲ୍ ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିôଲା ଏବଂ ସଙ୍ଗେ ସଙ୍ଗେ ହସ୍ପିଟାଲରେ ପଡିଥିଲେ । ଆଘାତ ହେବା ପୂର୍ବରୁ ଇମାମ ୧୬ ରନ୍ କରି ପଡିଆରେ ରହିଥିଲେ । ତେଜ୍ ବୋଲର ଲୋକି ଫର୍ଗ୍ୟୂସନ୍ ଙ୍କ ବଲ୍ ସିଧାଯାଇ ଇମାମଙ୍କ ହେଲ୍ମେଣ୍ଟର ଜାଲିରେ ବାଜିଥିଲା । ଏଥିରେ ବ୍ୟାଟ୍ସ ମ୍ୟାନଙ୍କୁ ଚକ୍କର ଆସିଥିଲା ଏବଂ ସେ ପଡିଆ ମଧ୍ୟରେ ହିଁ ଟଳିପଡିଥିଲେ ।

ଟିମ୍ ପ୍ରବନ୍ଧନ ସେହି ସମୟରେ କହିଥିଲେ ୨୨ ବର୍ଷିୟ କ୍ରିକେଟରଙ୍କ ସିଟି ସ୍କାନ କରାଯାଇଅଛି ଏବଂ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କର ଦେଖାରେଖା କରାଯିବ । କିନ୍ତୁ ପରେ ପାକିସ୍ତାନ କ୍ରିକେଟ ବୋର୍ଡ କହିଥିଲେ କି ସ୍କାନରେ ଜଣାପଡିଛି କି ଖେଳାଳୀଙ୍କୁ ଗମ୍ଭିର ଆଘାତ ଲାଗିନାହିଁ ।

ପାକିସ୍ତାନ ୪ ବର୍ଷ ଏବଂ ଲଗାତର ୧୨ ଦିନିକିଆ ମ୍ୟାଚ୍ ର ପରାଜୟ ପରେ ଶେଷରେ ନ୍ୟୁଜଲ୍ୟାଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଥିଲା । ପାକ୍ କିବି ଟିମ୍ କୁ ଦ୍ୱିତୀୟ ଦିନିକିଆ ରେ ୬ ୱେକେଟ ହରାଇଥିଲା ଏବଂ ତିନି ମ୍ୟାଚର ସିରିଜରେ ୧-୧ କରିଥିଲେ । ନିୟୁଜଲ୍ୟାଣ୍ଡ ପ୍ରଥମେ ଟସ୍ ଜିତି ବ୍ୟାଟିଙ୍ଗ କରିଥିଲେ, ନିର୍ଦ୍ଧାରିତ ୫୦ ଓଭରରେ ୯ ୱେକେଟ ହରାଇ ୨୦୯ ରନ୍ କରିଥିଲେ । ଏହାର ଜବାବରେ ପାକିସ୍ତାନ ୪୦.୩ ଓଭରରେ ୨୧୨ ରନ୍ କରି ମ୍ୟାଚକୁ ନିଜ ନାମରେ କରିଥିଲା । ସିରିଜର ତୃତୀୟ ଦିନିକିଆ ରବିବାର ଦିନ ଦୁବାଇରେ ଖେଳାଜିବ ।

Related posts

ବିଜୟ ହଜାରେ ଟ୍ରଫି ୨୦୧୯: କ୍ୱାଟର ଫାଇନାଲରେ ପୁଣ୍ଡୁଚେରି

Odisha Sports Bureau

ଡେଥ୍ ଓଭରରେ ବୁମ୍ରା ଭରସାଯୋଗ୍ୟ

ଚାଲିଛି   ଆଇପିଏଲ ୨୦୨୫ର ୧୦ତମ ମ୍ୟାଚ୍: ବ୍ୟାଟିଂ କରୁଛି SHR

Odisha Sports Bureau

Leave a Comment