Cricket

ବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସବୁ ପ୍ରକାରର କ୍ରିକେଟ୍ରୁ ଅବସର ନେଲେ ମୁନାଫ ପଟେଲ୍

(ଓଧିଶା ସ୍ପୋର୍ଟ): ଦୀର୍ଘ ୨୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ଭାରତ ୨୦୧୧ରେ ବିଶ୍ୱକପ୍ ଜିତିଥିଲା। ଏହି ବିଜୟର ଅନ୍ୟତମ ନାୟକ ତଥା ଭାରତୀୟ ପେସ୍ ବାହିନୀର ମଙ୍ଗ ସମ୍ଭାଳିଥିବା ମୁନାଫ ପଟେଲ୍ ଆଜି ସବୁ ପ୍ରକାରର କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ବୟସ ଓ ଫିଟ୍ନେସ୍ ସମସ୍ୟା ଯୋଗୁ ସେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିବା କହିଛନ୍ତି।
ମୁନାଫ ୨୦୧୧ ବିଶ୍ୱକପ୍ ଖେଳିଥିଲେ ହେଁ ଏହାପରେ ଖରାପ ଫର୍ମ ଓ ଫିଟନେସ୍ ଯୋଗୁ ତାଙ୍କୁ କ୍ରମାଗତ ଭାବେ ଜାତୀୟ ଦଳକୁ ବାଦ୍ ଦିଆଯାଇଥିଲା। ମୁନାଫ ଶେଷଥର ପାଇଁ ୨୦୧୧ରେ ଭାରତ ପକ୍ଷରୁ ଇଂଲଣ୍ଡ ବିରୋଧରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେହିପରି ସେ ଭାରତ ପାଇଁ ୧୩ଟି ଟେଷ୍ଟ, ୭୦ଟି ଦିନିକିଆ ଓ ୩ଟି ଟି-୨୦ରେ ପ୍ରତିନିଧିତ୍ୱ କରିଛନ୍ତି।
ମୁନାଫ କହିଛନ୍ତି, “ ମୁଁ ଯେଉଁମାନଙ୍କ ସହ କ୍ରିକେଟ୍ ଖେଳୁଥିଲି ସେମାନେ ସମସ୍ତେ ଅବସର ଘୋଷଣା କରିସାରିଲେଣି। କେବଳ ଧୋନି(ମହେନ୍ଦ୍ର ସିଂହ ଧୋନି) ନିଜର ସନ୍ନ୍ୟାସ ଘୋଷଣା କରି ନାହାନ୍ତି। ତେଣୁ ମୁଁ ଏଭଳି ଅବସର ଘୋଷଣା କରି କୌଣସି ପ୍ରକାରର କଷ୍ଟ ଅନୁଭବ କରୁନାହିଁ କି ଦୁଃଖ କରୁନାହିଁ।
ମୋର ସମସ୍ତ କ୍ରିକେଟ ବନ୍ଧୁଙ୍କ କ୍ୟାରିୟର ସରିଯାଇଛି। ହଁ, ଯଦି ସମସ୍ତେ ଖେଳୁଥାଆନ୍ତେ ଓ ମୁଁ ଅବସର ଘୋଷଣା କରିଥାଆନ୍ତି, ତା’ହେଲେ ଦୁଃଖ ଲାଗିଥାଆନ୍ତା।”

Related posts

ଭାରତୀୟ କ୍ରିକେଟ୍ ଦଳ ବିଭିନ୍ନ ଦେଶ ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳିବ…

Odisha Sports Bureau

ଟିମ୍ ଇଣ୍ଡିଆର ବିଜୟ ପରେ ଉଠିଲା ବଡ଼ ପ୍ରଶ୍ନ, ଏମିତି ହେଲେ T20 ବିଶ୍ୱକପ୍ ଜିତିପାରିବେ ନାହିଁ

Odisha Sports Bureau

ଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲ

Odisha Sports Bureau