Cricket

ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିବା ରାଙ୍କରେ ଯୋଡ଼ି ହେଲେ ମିତାଲି ରାଜ

(ରିପୋର୍ଟସ ଟୁଡ଼େ) : ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିବା ରାଙ୍କରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହିତ ମହିଳା କ୍ରେିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି । ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ କ୍ରିକେଟରେ ରବିବାର ପାକିସ୍ତାନ ବିପକ୍ଷରେ ଲଢ଼ୁଆ ଅର୍ଧଶତକ ହାସଲ କରିବା ପରେ ମିତାଲିଙ୍କ ମୋଟ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ରନ୍ ସଂଖ୍ୟା ୨୨୩୨ରେ ପହଞ୍ଚିଛି। ମିତାଲି ୮୪ ମ୍ୟାଚ୍‌ ଖେଳି ୧୬ ଅଧର୍ଶତକ ବଳରେ ଏହି କୃତିତ୍ବ ହାସଲ କରିଛନ୍ତି। ସେ ୪୭ ବଲ୍‌ରୁ ୫୬ ରନ୍ କରି ପାକିସ୍ତାନ ଦେଇଥିବା ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କରିବାରେ ବଡ଼ ଭୂମିକା ନେଇଥିଲେ। ଗତ ସପ୍ତାହରେ ରୋହିତ ଶର୍ମା ଲକ୍ଷ୍ନୌରେ ଅନୁଷ୍ଠିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଅବସରରେ ବିରାଟ କୋହଲିଙ୍କୁ (୨୧୦୨ ରନ୍) ପଛରେ ପକାଇଥିଲେ। ଓସାନ୍ ଥମାସଙ୍କୁ ଏକ ବଡ଼ ଛକା ମାରି ମଧ୍ୟ ସେ ଏହି ମାଇଲଖୁଣ୍ଟ ଟପିଥିଲେ। ରୋହିତ ଏବେ ୮୭ ମ୍ୟାଚ୍‌ରୁ ୨୨୦୭ ରନ୍ କରିଛନ୍ତି। ରୋହିତ କିନ୍ତୁ ଏକମାତ୍ର ଭାରତୀୟ ଭାବେ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ୪ ଶତକ ହାସଲ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ୍ (୧୩୮.୯୧) ମଧ୍ୟ ଶୀର୍ଷ ୫ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ।

Related posts

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ : ବାଂଲାଦେଶକୁ ପରାସ୍ତ କରି ତୃତୀୟ ଟାଇଟଲ ହାସଲ କଲା ଭାରତ

Odisha Sports Bureau

ଅଧିନାୟକ ଶୁବମନ ଗିଲ୍ ଙ୍କ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଶ୍ଚର୍ଯ୍ୟଜନକ ରେକର୍ଡ

ପଞ୍ଜାବକୁ ହରାଇଲା ୨୪ ରନରେ ବାଙ୍ଗଲୋର

Odisha Sports Bureau