Hockey

ପାକିସ୍ତାନ ଟିମ୍ ହକି ବିଶ୍ୱକପରେ ଯୋଗ ଦେବ

 ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ । ଏଥିରେ ପାକିସ୍ତାନ ଭାଗ ନେବ କି ନାହିଁ, ତାକୁ ନେଇ ସମସ୍ୟା ଦେଖାଯାଇଥିଲା । ତେବେ ଆଜି ପାକିସ୍ତାନ ହକି ଫେଡ଼େରେସନର ସଚିବ ଶାହାବାଜ ଅହମ୍ମଦ ସ୍ପଷ୍ଟ କରିଛନ୍ତି ଯେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁ ଥିବା ହକି ବିଶ୍ୱକପ୍ରେ ପାକିସ୍ତାନ ଭାଗ ନେବ । ଅନ୍ତର୍ଜାତୀୟ ହକି ଫେଡ଼େରେସନର ସଭାପତି ନରେନ୍ଦ୍ର ବାତ୍ରା ମଧ୍ୟ ଏକଥାକୁ ଦୋହାରାଇଛନ୍ତି ।

ପାକିସ୍ତାନ ହକି ଟିମ୍ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଦଳ ଏଥର ବିଶ୍ୱକପରେ ଭାଗ ନେଇ ପାରିବ ନାହିଁ ବୋଲି ଖବର ପ୍ରକାଶ ପାଇଥିଲା ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ବାତ୍ରା କହିଛନ୍ତି,ମୁଁ ବୁଝିପାରୁନି ଏଭଳି ମିଥ୍ୟା ରିପୋର୍ଟ ଆସୁଛି କେଉଁଠୁ? ର୍ମୁୁଁ ଅନ୍ତଃର୍ଜାତୀୟ ହକି ଫେଡ଼େରେସନର ସଭାପତି କିନ୍ତୁ ପାକିସ୍ତାନ ବିଶ୍ୱକପ୍ ଖେଳିବ କି ନାହିଁ ବୋଲି ଖବର ପାଇନାହିଁ । ପାକିସ୍ତାନ ହକି ଫେଡ଼େରେସନ କେବେ ହେଲେ ଏ ସମ୍ପର୍କରେ ଆମ ସହ କଥା ହୋଇ ନାହିଁ । ଆମେ ଯେତିକି ଜାଣିଛୁ ପାକିସ୍ତାନ ଏଥର ବିଶ୍ୱ କପ ଖେଳିବାକୁ ଆସିବ ।

ଯେଉଁ ସମସ୍ୟା ଥିଲା ତାହା ବର୍ତ୍ତମାନ ଦୂର ହୋଇଯାଇଛି । ଆମେ ବିଶ୍ୱକପ ଖେଳିବାକୁୁ ନିଶ୍ଚିତ ଯିବୁ । ଯେଉଁ ଆର୍ଥିକ ସମସ୍ୟା କଥା କୁହାଯାଉଥିଲା, ତାକୁ ପ୍ରଧାନମନ୍ତ୍ରୀ ଦୂୂର କରିଛନ୍ତି । କିନ୍ତୁ ଅର୍ଥ ମଞ୍ଜୁରୀ ପାଇଁ କିଛି ସମୟ ଲାଗୁଛି । ତଥାପି ଏହା ଖୁବ ଶ୍ରୀଘ ହୋଇଯିବ ବୋଲି କହିଛନ୍ତି ।
ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ ରୁ ଡ଼ିସେମ୍ବର ୧୬ ଯାଏ ହକି ବିଶ୍ୱକପ ଅନୁଷ୍ଠିତ ହେବ ।

Related posts

ହକି ବିଶ୍ୱକପ- ଅଭ୍ୟାସ ମ୍ୟାଚ୍ ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତ

Odisha Sports Bureau

FIH ହକି ମହିଳା ଜୁନିୟର ବିଶ୍ୱକପ୍ ପାଇଁ ଓଡିଶାର ଅଜମିନା କୁଜୁର ମନୋନୀତ

Odisha Sports Bureau

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau