Hockey

ଆଜି ସ୍ପେନ- ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ- ଆର୍ଜେଣ୍ଟନା ମଧ୍ୟରେ ମୁକାବିଲା ହେବ

(ଓଡିଶା ସ୍ପୋର୍ଟ): ଚଳିତ ବିଶ୍ୱକପ୍‌ର ଦ୍ୱିିତୀୟ ରାଉଣ୍ଡରେ ସୋମବାର ପୁଲ୍ ‘ଏ’ର ପ୍ରିଟେଷ୍ଟ ଅନୁଷ୍ଠିତ ହେବ। ସଂଧ୍ୟା ୫ଟାରେ ସ୍ପେନ୍‌-ଫ୍ରାନ୍ସ ଏବଂ ରାତି ୭ଟାରେ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମୁକାବିଲା ହେବ। ଗତ ଗୁରୁବାର ପ୍ରଥମ ରାଉଣ୍ଡ୍ ମୁକାବିଲାରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ୪-୩ରେ ସ୍ପେନ୍‌କୁ ଏବଂ ବ୍ଲାକ୍ ଷ୍ଟିକ୍ ଦଳ ନ୍ୟୁଜିଲାଣ୍ଡ ୨-୧ରେ ଫ୍ରାନ୍ସକୁ ହରାଇଥିଲା। ସେହି ଦୃଷ୍ଟିରୁ ଦୁଇ ପରାଜିତ ଦଳ ସ୍ପେନ୍ ଏବଂ ଫ୍ରାନ୍ସ ସୋମବାର ପ୍ରଥମ ବିଜୟ ସହିତ ଆଶାକୁ ଉଜ୍ଜ୍ବୀବିତ ରଖିବା ଲକ୍ଷ୍ୟରେ ରହିବେ। ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା ମୁକାବିଲା କିନ୍ତୁ ପୁଲ୍‌ର ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଶେଷ ମ୍ୟାଚ୍ ପୂର୍ବରୁ ସୋମବାର ଦ୍ବିତୀୟ ମ୍ୟାଚ୍ ବିଜୟୀ ଦଳ କ୍ବାର୍ଟର ଫାଇନାଲରେ ‌ଗୋଟିଏ ପାଦ ରଖିଦେବା ନିଶ୍ଚିତ। ପ୍ରଥମ ମ୍ୟାଚ୍‌ରେ ଆର୍ଜେଣ୍ଟିନା ଏବଂ ‌ସ୍ପେନ୍‌ର ଗୋଲ ସ୍କୋରିଂ ଦକ୍ଷତା ଏହି ଦଳକୁ ନିଶ୍ଚିତ ସୋମବାର ମ୍ୟାଚ୍ ପାଇଁ ଦାବିଦାର ରଖିଛି। କ୍ରସ୍ ଓଭର ନକ୍ ଆଉଟ୍ ଭିତ୍ତିକ ଥିବାରୁ ଏହି ପର୍ୟ୍ୟାୟ ପୂର୍ବରୁ ପ୍ରତି ଦଳ ସିଧାସଳଖ କ୍ବାର୍ଟରଫାଇନାଲ୍‌ ଯିବା ଆଶାରେ ରହିଛନ୍ତି। ସୋମବାର ଦ୍ବିତୀୟ ପରାଜୟ କରିବା ଦଳ ନିଶ୍ଚିତ ଏହି ସୁଯୋଗରୁ ବଞ୍ଚିତ ହେବ। ଆର୍ଜେଣ୍ଟିନାର ଗଞ୍ଜାଲୋ ପିଲାଟ ଦୁଇଟି ପେନାଲଟି କର୍ନର ଏବଂ ଅଗଷ୍ଟିନ୍ ମାଜିଲି ଦୁଇଟି ଫିଲଡ୍‌ ଗୋଲ୍‌ ଦେଇ ଆତ୍ମବିଶ୍ବାସରେ ରହିଥିବାରୁ ପ୍ରଶଂସକଙ୍କ ନଜର ବି ସେମାନଙ୍କ ଉପରେ ରହିବ। ଅନ୍ୟପକ୍ଷରେ ୪ ବର୍ଷରେ ଥରେ ଆସୁଥିବା ଏହି ମର୍ୟ୍ୟାଦାଜନକ ବିଶ୍ବକପ୍‌ରେ ନିଶ୍ଚିତ ତିଷ୍ଠି ରହିବା ପାଇଁ ବିଜୟ ଲକ୍ଷ୍ୟରେ ରହିବେ ସ୍ପେନ୍ ଏବଂ ଫ୍ରାନ୍ସ। ଏହି ପରାଜିତ ଦଳ ପରସ୍ପରକୁ ଭେଟୁଥିବାରୁ କିନ୍ତୁ ସୋମବାର ଗୋଟିଏ ଦଳକୁ ବିପଦମୁହାଁ ହେବାର ଆଶଙ୍କା ରହିଛି।

Related posts

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶାକୁ କାଂସ୍ୟ

Odisha Sports Bureau

ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟକ ଏଲଭିରା ବ୍ରିଟୋଙ୍କ ଦେହାନ୍ତ

Odisha Sports Bureau

ଓଡିଶା ପୋଲିସକୁ ବ୍ରୋଞ୍ଜ ପଦକ

Odisha Sports Bureau