Cricket

ଅଷ୍ଟ୍ରେଲିଆ ବିରୋଧରେ ଅଶ୍ୱିନଙ୍କ ନୂଆ ରଣନୀତି

(ଓଡିଶା ସ୍ପୋର୍ଟ): ଆସନ୍ତା ୬ ତାରିଖରୁ ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଦଳର ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା କହିଛନ୍ତି ଯେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ନିଜର ବୋଲିଂରେ କିଛି ପରିବର୍ତ୍ତନ କରିଛନ୍ତି। ଏଥିରେ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ତାଙ୍କୁ ସହାୟକ ମିଳିବ। କଙ୍ଗାରୁ ଦଳଙ୍କ ପାଇଁ ସେ ଖାସ୍ ରଣନୀତି ପ୍ରସ୍ତୁତ କରିଛନ୍ତି।

ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ପୂଜାରା କହିଛନ୍ତି ଯେ ଅଶ୍ଵିନ ଅଷ୍ଟ୍ରେଲିଆରେ ନିଜର ପ୍ରଦର୍ଶନରେ ସୁଧାର ପାଇଁ ବହୁତ ପରିଶ୍ରମ କରିଛନ୍ତି। ଅଶ୍ଵିନ ଅଷ୍ଟ୍ରେଲିଆରେ ଖେଳିଥିବା ୬ ଟେଷ୍ଟ ମ୍ୟାଚରେ ୫୪.୭୧ ହାରରେ ୨୧ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟ ପଟେ ସେ ଟେଷ୍ଟ କ୍ରିକେଟରେ ୨୫.୪୪ ହାରରେ ୩୩୬ ଓ୍ଵିକେଟ୍ ନିଜ ନାମରେ କରିଛନ୍ତି।

ପୂଜାରା କହିଛନ୍ତି ଯେ ଯଦି ଆପଣ ଅଶ୍ଵିନଙ୍କ ନିକଟ ପ୍ରଦର୍ଶନକୁ ଦେଖିବେ ତେବେ ମୋତେ ଲାଗୁଛି ଯେ ସେ ନିଜର ବୋଲିଂରେ ବହୁତ ପରିବର୍ତ୍ତନ କରିଛନ୍ତି। ମାତ୍ର ସେ ମିଡିଆରେ କହି ପାରିବେ ନାହିଁ ଯେ ଅଶ୍ଵିନ ନିଜର ବୋଲିଂରେ କଣ ପରିବର୍ତ୍ତନ କରିଛନ୍ତି। କିନ୍ତୁ ସେ ବୋଲିଂରେ ଯେଉଁ ବିବିଧତା ଆଣିଛନ୍ତି ସେଥିରେ ତାଙ୍କୁ ଫାଇଦା ମିଳିବ ବୋଲି ଅଶ୍ଵିନ କହିଛନ୍ତି।

ପୂଜାରା କହିଛନ୍ତି ଯେ ଅଶ୍ଵିନ ଇଂଲଣ୍ଡରେ ବହୁତ କ୍ରିକେଟ୍ ଖେଳିଛନ୍ତି। ସେଠାକାର ପରିସ୍ଥିତି ବହୁତ ଭିନ୍ନ ଥିଲା। ସେଠାରେ ସ୍ପିନର୍ସଙ୍କ ପାଇଁ ଏତେ ସହାୟତା ମିଳୁନଥିଲା। ତେଣୁ ଅଷ୍ଟ୍ରେଲିଆରେ ଖେଳିବା ବେଳେ ତାଙ୍କୁ କଣ କରିବା ଦରକାର ତାହା ଅଶ୍ଵିନ ବିଶେଷ ଭଲ ଭାବେ ଜାଣିଛନ୍ତି।

ପୂଜାରା କହିଛନ୍ତି ଯେ ଅଶ୍ଵିନ ୨୦୧୫ରେ ଏଠାରେ ସିରିଜ୍ ଖେଳିଥିଲେ। ତେଣୁ ଏହି ସିରିଜ୍ ପାଇଁ ତାଙ୍କର ଆତ୍ମ ବିଶ୍ଵାସ ବଢିଛି। ଅଷ୍ଟ୍ରେଲିଆ ପାଇଁ ଅଶ୍ଵିନ ବିଶେଷ ରଣନୀତି ପ୍ରସ୍ତୁତ କରିଥିବା ପୂଜାରା କହିଛନ୍ତି।

Related posts

ଏହି ଦଳ ବିପକ୍ଷରେ ଋଷଭ ପନ୍ତ ପଡ଼ିଆକୁ ଫେରିବା ନିଶ୍ଚିତ!

Odisha Sports Bureau

ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାରଙ୍କ ବ୍ୟାଟିଂର ଦିବାନା ଡି ଭିଲିୟର୍ସ

Odisha Sports Bureau

ଭାରତର ପ୍ରଥମ ଇନିଂସ ଶେଷ, ୧୬ ରନରେ ଅଷ୍ଟ୍ରେଲିଆ ହରାଇଲା ପ୍ରଥମ ୱିକେଟ

Odisha Sports Bureau