Cricket

ଗୌତମଙ୍କ ହାତ ଛାଡିଲା ଦଳ

(ଓଡିଶା ସ୍ପୋର୍ଟ):୨୦୧୯ ଆଇପିଏଲ୍ ପାଇଁ ଆସନ୍ତା ମାସରେ ଖେଳାଳି ନିଲାମ କରାଯିବ। ତା’ପୂର୍ବରୁ ଗତକାଲି ଆଇପିଏଲ୍ ଖେଳୁଥିବା ବିଭିନ୍ନ ଟିମ୍ ସେମାନେ କେଉଁ ଖେଳାଳିଙ୍କୁ ରଖିଲେ ଓ କେଉଁ ଖେଳାଳିଙ୍କୁ ଛାଡ଼ିଲେ, ତା’ର ତାଲିକା ପ୍ରକାଶ କରିଛନ୍ତି। ଏହି କ୍ରମରେ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟ ତା’ର ତାଲିକା ପ୍ରକାଶ କରିଛି। ଦଳ ଗୌତମ ଗମ୍ଭୀରଙ୍କ ହାତ ଛାଡ଼ି ଦେଇଛି।

ଗମ୍ଭୀରଙ୍କ ସହିତ ମହମ୍ମଦ ଶାମି, ସୟାନ ଘୋଷ, ଗୁରକୀରତ ସିଂହ ମନ ଓ ନମନ ଓଝାଙ୍କୁ ଦଳ ଛାଡ଼ି ଦେଇଛି। ତେବେ ଶ୍ରେୟସ ଆୟର, ରିଷଭ ପନ୍ତ ଓ ପୃଥ୍ୱୀ ଶ ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ଦଳ ୧୦ ଜଣ ଖେଳାଳିଙ୍କୁ ଛାଡ଼ି ଦେଇଥିବା ବେଳେ ୧୪ ଜଣଙ୍କୁ ରଖିଛି।ଦଳରେ ଯେଉଁମାନେ ସ୍ଥାନ ବଜାୟ ରଖିଛନ୍ତି, ସେମାନେ ହେଲେ- ଶ୍ରେୟସ ଆୟର, ରିଷଭ ପନ୍ତ, ପୃଥ୍ୱୀ ଶ, ଅମିତ୍ ମିଶ୍ରା, ଅଭେଶ ଖାନ୍, ହର୍ଷଲ ପଟେଲ, ରାହୁଲ ତେୱାତିଆ, ଜୟନ୍ତ ଯାଦବ, ମନଜୋତ୍ କଲ୍‌ରା, କଲିନ୍ ମୁନ୍‌ରୋ, କ୍ରିସ୍ ମୋରିସ୍, କାଗିସୋ ରାବ୍‌ଦା, ସନ୍ଦୀପ ଲାମିଛନେ, ଟ୍ରେଣ୍ଟ୍ ବୋଲ୍ଟ। ସେହିପରି ଦଳ ଗମ୍ଭୀର, ଶାମି, ସୟାନ ଘୋଷ ଓ ଗୁରକୀରତଙ୍କ ସହ ଯେଉଁମାନଙ୍କୁ ଛାଡ଼ି ଦେଇଛି, ସେମାନେ ହେଲେ- ଜାଶନ ରୟ, ଜୁନ୍ରିର ଦଲା, ଲିଆମ ପ୍ଲଙ୍କିତ, ଡାନିଏଲ୍ ଖ୍ରୀଷ୍ଟିଆନ୍ ଓ ଗ୍ଲେନ୍ ମାକ୍ସୱେଲ୍‌।

Related posts

ମହିଳା ଆଇପିଏଲ ଦଳ କିଣିବା ଏବଂ ଚଳାଇବା ଅଧିକାର ପାଇଁ ବିସିସିଆଇ ଟେଣ୍ଡର ଘୋଷଣା

Odisha Sports Bureau

ଦକ୍ଷିଣ ଆଫ୍ରିକା ଠାରୁ ହାରିବାପରେ ଭାଙ୍ଗିପଡିଛନ୍ତି ଆଫଗାନିସ୍ତାନ କ୍ରିକେଟର

Odisha Sports Bureau

ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ

Leave a Comment