Cricket

ଆଜିର ଦିନରେ କ୍ରିକେଟ୍ ଜଗତର ‘ଭଗବାନ୍’ କ୍ରିକେଟରୁୁ ନେଇଥିଲେ ସନ୍ୟାସ

( ଓଡିଶା ସ୍ପୋର୍ଟ): ହିନ୍ଦୁସ୍ତାନରେ ‘କ୍ରିକେଟ୍’ କୁ ଧର୍ମ ପରି ପୂଜା କରାଯାଇଥାଏ । ଏଥିରେ ସଚିନ୍ ତେନ୍ଦୁଲକରଙ୍କୁ ‘ଭଗବାନ’ କୁହାଯାଏ । ଏଥିପାଇଁ ସମସ୍ତ କ୍ରିକେଟ୍ ପ୍ରେମିଙ୍କ ପାଇଁ ୧୬ ନଭେମ୍ବର ଦିନଟି ଖାସ୍ ଅଟେ । ୨୦୧୩ ମାନେ ଆଜିର ଠିକ୍ ପାଞ୍ଚ ବର୍ଷ ପୂର୍ବେ ସଚିନ୍ ଶେଷ ଥର ପାଇଁ କ୍ରିକେଟ୍ ପଡିଆକୁ ଓହ୍ଲାଇ ଥିଲେ । ଉପରବାଲା ସଚିନ୍ଙ୍କୁ ଏହି ଖେଳ ପାଇଁ ଖାସ୍ କଳା ଦେଇ ଧରାପୃଷ୍ଠକୁ ପଠାଇଥିଲେ । ଏହା କରିସ୍ମା ନୁହେଁ ତ ଆଉ କ’ଣ ଯେଉଁ ପଡିଆରେ ଶିଶୁ ସଚିନ୍ ଖେଳିବା ଆରମ୍ଭ କରିଥିଲେ ସେହି ମୁମ୍ବାଇର ୱାନଖେଡ ସ୍ଟାଡିୟମ୍ ର ମାଟିକୁ ନିଜ କପାଳରେ ଲଗାଇ ଏହି ଖେଳରୁ ସବୁଦିନ ପାଇଁ ସନ୍ୟାସ ଗ୍ରହଣ କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଜିର ଦିନରେ ଟେଷ୍ଟ ସିରିଜ୍ ଜିତିବା ସହିତ ମାଷ୍ଟର–ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର କ୍ରିକେଟରୁ ବିଦାୟ ନେଇଥିଲେ । ଯିଦି ଏହାକୁ ଏକ ଯୁଗର ଅନ୍ତ କୁହାଯାଏ, ତେବେ ଏହା ଭୁଲ୍ ହେବ ନାହିଁ । ଯେତିିକି ଭଲ ତଙ୍କର ବ୍ୟକ୍ତିତ୍ୱ ଏବଂ ତାଙ୍କର ଦାଗଶୂନ୍ୟ କ୍ୟାରିଅର ସେତିକି ଭାବୁୁକ ଏବଂ ଐତିହାସିକ ତାଙ୍କର ବିଦାୟବେଳର ଭାଷଣ ଥିଲା । ସେହି ସମୟରେ କ୍ରିକେଟ୍ ଇତିହାସରେ ସମସ୍ତ ରେକର୍ଡ ନିଜ ନାମରେ କରିନେଇଥିବା ତେନ୍ଦୁଲକର ୨୦୦ ଟେଷ୍ଟ୍ ରେ ୫୩.୭୮ ରେ ୧୫,୯୨୧ ରନ୍ କରିଥିଲେ । ଏଥିରେ ୫୧ ଶତକ ଏବଂ ୬୮ ଅର୍ଦ୍ଧଶତକ ସଂଗ୍ରହ କରିଥିଲେ । ଟେଷ୍ଟରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୨୪୮ ରହିଥିଲା ।

ୱାନ୍-ଡେ ରେ ମଧ୍ୟ ତଙ୍କ ସମକକ୍ଷ କେହି ନାହାନ୍ତି । ସେ ୪୬୩ ମ୍ୟାଚ୍ ଖେଳିଛନ୍ତି ଏବଂ ୪୯ ଶତକ ଏବଂ ୯୬ ଅର୍ଦ୍ଧଶତକ ସାହାଯ୍ୟରେ୧୮,୪୨୬ ରନ୍ କରିଥିଲେ । ୱାନ୍-ଡେ ରେ ସଚିନଙ୍କ ସର୍ବଶ୍ରେଷ୍ଠ ସ୍କୋର ୨୦୦ ରନ୍୍ ରହିଥିଲା । ଏହା ସହିତ ସଚିନ୍ ନିଜର ଅନ୍ତଃରାଷ୍ଟ୍ରିୟ କ୍ୟାରିୟରରେ ୧୦୦ ଶତକ ଭି ଲଗାଇଥିଲେ ।

Related posts

ଏସିଆ କପ୍ର ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଭେଟିବ ୟୁଏଇ କୁ

Odisha Sports Bureau

ସିଏସକେର ବିଜୟ ପରେ ବିରାଟ ଜାଡେଜାଙ୍କୁ ଚାମ୍ପିଅନ୍ କହିଲେ କୋହଲି ବୋଲି ଧୋନିଙ୍କୁ ଜଣାଇଲେ ବିଶେଷ ଅଭିନନ୍ଦନ

ବିରାଟଙ୍କ ବିରାଟ ରେକର୍ଡ଼

Odisha Sports Bureau