Cricket

ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ 

ମୁମ୍ବାଇ : ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ । ପଡିଆରେ ଅନେକ ରେକର୍ଡକୁ ନିଜ ନାମର ବିରାଟ କରିଥିବାର ଜାଣିଛନ୍ତି । କିନ୍ତୁ ଏବେ ପଡିଆ ବାହାରେ ଆଉ ଏକ ରେକର୍ଡକୁ ନିଜ ରେକର୍ଡ ବୁକ୍‌ରେ ସାମିଲ କରିଛନ୍ତି କୋହଲି ।

ବିରାଟ କୋହଲି । ବର୍ତ୍ତମାନ ସମୟରେ ସର୍ବଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରୁ ଅନ୍ୟତମ । ନିଜକୁ ଫିଟ୍‌ ଓ ଟିମ୍‌ ପାଇଁ ସଠିକ୍‌ ସମୟରେ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି କୋହଲି । ଯାହାଫଳରେ ଟିମ୍‌କୁ ବିଜୟ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି କିଙ୍ଗ୍‌ କୋହଲି । ତେବେ ଏହି କ୍ରମରେ ବିରାଟଙ୍କ ନାଁରେ ଆଉ ଏକ କାରନାମା ଯୋଡି ହୋଇଛି । ଓ୍ୱିକିପିଡିଆରେ ସବୁଠୁ ଅଧିକ ଥର ଯେଉଁ କ୍ରିକେଟରଙ୍କ ନାଁ ସର୍ଚ୍ଚ ହେଉଛି । ସେଥିରେ ସବୁଠୁ ଆଗରେ ରହିଛନ୍ତି ରନ୍‌ ମେସିନ୍‌ ବା ବିରାଟ କୋହଲି । ଦୁନିଆରେ ଯେତେ କ୍ରିକେଟର ଅଛନ୍ତି । ସେମାନଙ୍କ ତୁଳନାରେ ବିରାଟ୍‌ ବହୁ ଆଗରେ ରହିଛନ୍ତି ।

ତେବେ ଏହି ତାଲିକାରେ କ୍ରିକେଟର ହିସାବରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କ ପଛକୁ କ୍ୟାପଟେନ୍‌ କୁଲ୍‌ ବା ମହେନ୍ଦ୍ର ସିଂହ ଧୋନି ରହିଛନ୍ତି । ଧୋନିଙ୍କ ପରେ ଶୁଭମନ୍‌ ଗିଲ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ ରହିଛନ୍ତି । ଏମାନଙ୍କ ପଛକୁ ଉସ୍‌ମାନ ଖ୍ୱାଜା ଏବଂ ସଚ୍ଚିନ ତେନ୍ଦୁଲକର ରହିଛନ୍ତି ।

Related posts

ଭାରତର ବଡ଼ ଜୟ: ତୃତୀୟ ଟି-୨୦ରେ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

Odisha Sports Bureau

ଲକ୍ଷ୍ନୌ ସୁପର ଜିଆଣ୍ଟସର ପରାଜୟ ପରେ ରାଗିଗଲେ ରାହୁଲ, ହାର୍ ପାଇଁ କଲେ ଏହି ଖେଳାଳିଙ୍କୁ ଦାୟୀ …

Odisha Sports Bureau

୨୭ରୁ ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ୍: ତୟାର ହେଉଛନ୍ତି ରୋହିତ ବାହିନୀ

Odisha Sports Bureau