Cricket

ଡୋମିନିକାରେ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ କରୁଛି ଟିମ୍ ଇଣ୍ଡିଆ

ଓଡ଼ିଶା ସ୍ପୋର୍ଟସ ବ୍ୟୁରୋ:  ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଜୁଲାଇ ୧୨ ତାରିଖରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିପାଇଁ ଟିମ୍ ଇଣ୍ଡିଆ ଡୋମିନିକାରେ ଅଭ୍ୟାସ ଆରମ୍ଭ କରିଦେଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଆଜିଠାରୁ ପଡିଆରେ ଅଭ୍ୟାସ ଆରମ୍ଭ କରିଛନ୍ତି ।

ଅଭ୍ୟାସ ସମୟରେ କୋଚ ରାହୁଲ ଦ୍ରାବଡିଙ୍କ ଠାରୁ ଟିପ୍ସ ନେଉଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱିନ ଏବଂ ଜାଡେଜା ଅଲରାଉଣ୍ଡର ଖେଳାଳି । ଦୁହେଁ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ବେଶ୍ କମାଲ କରିଛନ୍ତି । ସେହିପରି ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରି ରେକର୍ଡ ମଧ୍ୟ କରିଛନ୍ତି। ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆରେ ନୂଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ଟିମ୍ ଇଣ୍ଡିଆର ଓ୍ଵିକେଟ କିପର ବୋଲର ଏସକେ ଭରତ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ଏବେ ଟିମରେ ନିଜ ସ୍ଥାନ ସୁଦୃଢ଼଼କରିବା ପାଇଁ ଭରତଙ୍କ ପାଖରେ ସୁଯୋଗ ରହିଛି । ଏହାଛଡା ଯଶସ୍ୱୀ ଜୟସଓ୍ଵାଲ, ଋତୁରାଜ ଗାଏକଓ୍ଵାଡ, ନବଦୀପ ସଇନିଙ୍କୁ ଟିମରେ ସ୍ଥାନ ମିଳିଛି ।

୨୦୧୧ରେ ଟିମ୍ ଇଣ୍ଡିଆ ଏହାର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲା। କୋହଲି ସୋସିଆଲ ମିଡିଆ ଜରିଆରେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ଏକ ଫଟୋ ସେୟାର କରି ଡୋମିନିକାରେ ଖେଳାଯାଇଥିବା ଶେଷ ଟେଷ୍ଟରେ କେବଳ ଦୁଇଜଣ ଖେଳାଳି ଦଳର ଅଂଶ ବୋଲି କହିଥିଲେ। ଭାରତୀୟ ଟିମ୍ ଜୁଲାଇ ୧୨ ତାରିଖରୁ ୱେଷ୍ଟଇଣ୍ଡିଜରେ ଟେଷ୍ଟ ସିରିଜ ଖେଳିବ । ଟିମ୍ ଇଣ୍ଡିଆ ୨ଟି ଟେଷ୍ଟ, ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଏହାପରେ ଜୁଲାଇ ୨୭ରୁ ଦିନିକିଆ ଏବଂ ଅଗଷ୍ଟ ୩ରୁ ଟି-୨୦ ମ୍ୟାଚ ଖେଳିବ ।

Related posts

ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି

କ୍ୱାଲିଫାୟାର ମ୍ୟାଚରୁ ବାଦ ପଡିଲା ୪ ଦେଶ

Odisha Sports Bureau

ଟି-ଟ୍ୱେଣ୍ଟି ବିଶ୍ୱକପ ପାଇଁ ICCର ଥିମ ସଙ୍ଗ; କୋହଲୀ- ପୋଲାର୍ଡଙ୍କ ଦମଦାର ଏଣ୍ଟ୍ରି

Odisha Sports Bureau