Cricket

୧୬ ବଲରେ ୭୪ ରନ୍ କଲେ ମହମ୍ମଦ ଶାହଜାନ

(ଓଡିଶା ସ୍ପୋର୍ଟ):  ଟି୧୦ ଲିଗ୍ ୨୦୧୮ରେ ଏକ ଅବିଶ୍ୱସନୀୟ ଇନିଂସ୍ ଖେଳି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଆଫଗାନିସ୍ତାନୀ ଓପନର୍ ମହମ୍ମଦ ଶାହଜାଦ୍। ସେ ହାସଲ କରିଥିବା୧୬ ବଲ୍ରେ ୭୪ ରନ୍ର ଏହି ଇନିଂସ୍କୁ କ୍ରିକେଟ୍ ଦୁନିଆର ଅନ୍ୟତମ ବିସ୍ଫୋରକ ଇନିଂସ୍ କୁହାଯାଉଛି। ଏପରିକି ୧୦ଓଭରରେ ମଧ୍ୟ ଏହା ଦ୍ରୁତତମ ଅର୍ଦ୍ଧଶତକ। ୭୪ ରନ୍ରେ ପହଞ୍ଚିବା ପୂର୍ବରୁ ସେ ୧୨ଟି ବଲ୍ରେ ହିଁ ଅର୍ଦ୍ଧଶତକ ପୂରଣ କରିପାରିଥିଲେ। ସମଗ୍ର ଇନିଂସ୍ରେ ସେ ୮ଟି ଛକା ବର୍ଷାଇଥିଲେ। ଏହି ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମହମ୍ମଦ ଶାହଜାଦ୍ଙ୍କ ରାଜପୁତ ଦଳ ୯୫ ରନ୍ର ଟାର୍ଗେଟ୍କୁ ୪ ଓଭରରେ ହିଁ ହାସଲ କରିଦେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ସେନ୍ ୱାଟ୍ସନ୍ଙ୍କ ସିନ୍ଧି ଦଳ ୬ ୱିକେଟ୍ ହରାଇ ନିର୍ଦ୍ଧାରିତ ୧୦ ଓଭରରେ ୯୪ ରନ୍ କରିପାରିଥିଲା। ଶାହଜାଦ୍ଙ୍କ ସହିତ ବ୍ରେଣ୍ଡନ୍ ମ୍ୟାକୁଲମ୍ ୮ ବଲ୍ରେ ୨୧ ରନ୍ କରିଥିଲେ। ଶାହଜାଦ୍ ଖେଳିଥିବା ୧୬ଟି ବଲ୍ରୁ ସେ ୮ଟି ଛକା, ୪ଟି ଚୌକା ଏବଂ ୨ଟି ସିଙ୍ଗିଲ୍ ରନ୍ ନେଇଥିଲେ। ସେ ଖେଳିଥିବା ସମସ୍ତ ବଲ୍ରୁ କିଛି ନା କିଛି ରନ୍ ଚୋରେଇବାରେ ସମର୍ଥ ହୋଇପାରିଥିଲେ।

Related posts

୯ ଓକ୍ୱିକେଟରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ, ଭାରତର ସବୁ ବ୍ୟାଟର ଫେଲ୍, ଏକାକୀ ଘାଇଳା କଲେ ଲାୟନ

Odisha Sports Bureau

ୱାନ୍ ଡେ ବିଶ୍ୱକପ୍ କାର୍ଯ୍ୟସୂଚୀ ରିଲିଜ୍ ତାରିଖ ପ୍ରକାଶ, ପିସିବିକୁ ଅଧିକ ସମୟ ଦେବନି ଆଇସିସି

Odisha Sports Bureau

୨୦୨୬ ଫିଫା ବିଶ୍ୱକପ୍ ଫାଇନାଲରେ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବେ ଡୋନାଲ୍ଡ ଟ୍ରମ୍ପ