Cricket

ଟ୍ରଫିରେ ୧୧ ହଜାର ରନ୍ ସଂଗ୍ରହକଲେ ୱାସିମ୍ ଜାଫର

 ରଣଜୀ ଟ୍ରଫିରେ ୧୧ ହଜାର ରନ ସଂଗ୍ରହ କରିବାରେ ୱାସିମ ଜାଫର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ସେ ଏହି ରେକର୍ଡ଼ କରିବା ସହିତ ରଣଜୀ ଟ୍ରଫିରେ ସର୍ବାଧିକ ୩୭ ଶତକ ଏବଂ ୮୧ ଅର୍ଦ୍ଧଶତକ ପୂରା କରିଛନ୍ତି । ରଣଜୀ ଟ୍ରଫିର ଜାଫରଙ୍କ ପରେ ସର୍ବାଧ୍ଖଳ ରନ ମୁମ୍ବାଇର ତାଙ୍କର ବନ୍ଧୁ ଅମୋଲ ମଜୁମଦାର ୯୨୦୨ ରନ ସଂଗ୍ରହ କରିଛନ୍ତି । ମଧ୍ୟପ୍ରଦେଶର ଦେବେନ୍ଦ୍ର ବୁନ୍ଦେଲା ୯୨୦୧ ରନ ସଂଗ୍ରହ କରିଛନ୍ତି ।

ଜାଫର ଫୈଜ ଫଜଲ (୧୫୧)ଙ୍କ ସହିତ ୩୦୦ ରନ ଭାଗିଦାରୀ ହୋଇଥିଲେ । ଏହା ୪ର୍ଥ ସୁଯୋଗ ଥିଲା । ରଣଜୀ ଟ୍ରଫିରେ ୩୦୦ ଅଥବା ଏଥରୁ ଅଧିକ ରନର ଭାଗିଦାରୀ । ଜାଫର ଏହି ମାମଲାରେ ବିଜୟ ହଜାରେ ରେକର୍ଡ ସହିତ ସମକକ୍ଷ ହୋଇପାରିଛନ୍ତି । ସେ ଚଳିତ ବର୍ଷ ୩ୟ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି । ସେ ଟୁର୍ଣ୍ଣାମେଣ୍ଟର ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବାରେ ରେକର୍ଡ ଠାରୁ ୫ ମ୍ୟାଚ ଦୂରରେ ଅଛନ୍ତି । ୧୪୫ ରଣଜୀ ମ୍ୟାଚ ଖେଳିବାର ରେକର୍ଡ ମଧ୍ୟପ୍ରଦେଶର ଦେବେନ୍ଦ୍ର ବୁନ୍ଦେଲାଙ୍କ ନାମରେ ଅଛି ।

ସୂଚନାଯୋଗ୍ୟ ଯେ ୱାସିମ ଜାଫର ଭାରତର କିଛି ବଛାବଛା ଓପନରଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି । ସେ ୩୧ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏଥିରେ ୫ ଶତକ ବଳରେ ୧୯୪୪ ରନ ସଂଗ୍ରହ ହୋଇଛି । ଜାଫର ୨ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୨୨ ବର୍ଷରୁ ରଣଜୀ ମ୍ୟାଚ ଖେଳୁଥିବା ଜାଫରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୮ ବର୍ଷ ।

Related posts

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କିଏ ଶିଖର ଧାୱନଙ୍କ ଓପନିଂ ପାର୍ଟନର ହେବ?

ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ପରସ୍ପରକୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇବେ ଭାରତ ଏବଂ ଶ୍ରୀଲଙ୍କା

Odisha Sports Bureau