Cricket

ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେନି ଶୁଭମନ ଗିଲ ଜଣାଇଲା ବୋର୍ଡ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓପନର ଶୁଭମନ ଗିଲ୍‌ଙ୍କୁ ନେଇ ସଦ୍ୟତମ ମେଡିକାଲ୍ ରିପୋର୍ଟ ଜାରି କରିଛି। ବିସିସିଆଇ ଅନୁଯାୟୀ, ଗିଲ୍ ଏବେ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ବିଶ୍ଵକପ୍ ୨୦୨୩ ପୂର୍ବରୁ ଶୁଭମନ ଗିଲ୍‌ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି କାରଣରୁ ସେ ପ୍ରଥମ ମ୍ୟାଚ୍ ଖେଳି ପାରି ନ ଥିଲେ। ଏବେ ସେ ଦ୍ଵିତୀୟ ମ୍ୟାଚ୍‌ରୁ ବି ବାଦ୍ ପଡ଼ିଛନ୍ତି ଓ ଚେନ୍ନାଇରେ ହିଁ ବିଶ୍ରାମ ନେବେ। ଗିଲ୍ ନ ଖେଳି ପାରିବା ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। କାରଣ ପରବର୍ତ୍ତୀ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଥିଲେ ମଧ୍ୟ ଏହା ପରେ ଦଳର ମୁକାବିଲା ପାକିସ୍ତାନ ସହ ରହିଛି।

ଏହା ପୂର୍ବରୁ ଖବର ଆସିଥିଲା ଯେ, ଶୁଭମନ ଗିଲ୍ ଦଳ ସହ ଚେନ୍ନାଇରୁ ଦିଲ୍ଲୀ ଯାତ୍ରା କରିବେ। ହେଲେ ବିସିସିଆଇର ସଦ୍ୟତମ ମେଡିକାଲ୍ ରିପୋର୍ଟ ଅନୁସାରେ, ଭାରତୀୟ ଦଳର ଓପନିଂ ବ୍ୟାଟର ଶୁଭମନ ଗିଲ୍ ଅକ୍ଟୋବର ୯ରେ ଦଳ ସହ ଦିଲ୍ଲୀ ଯାତ୍ରା କରିବେ ନାହିଁ। ଫଳରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଗିଲ୍ ନ ଖେଳିବା ସ୍ପଷ୍ଟ ହୋଇଛି। ସେ ଚେନ୍ନାଇରେ ଡାକ୍ତରୀ ଦଳଙ୍କ ନଜରରେ ରହିବେ ବୋଲି ବିସିସିଆଇ କହିଛି।

Related posts

ସ୍ଲୋ ଓଭର ରେଟ୍ ପାଇଁ ଶୁବମନ ଗିଲଙ୍କୁ ଜରିମାନା

Odisha Sports Bureau

ସହୋଦୟ ସ୍କୁଲ କମ୍ପେ୍ଲକ୍ସ ପକ୍ଷରୁ କ୍ରିକେଟ ଚାମ୍ପିଅନସିପ ଅନୁଷ୍ଠିତ

Odisha Sports Bureau

ଦଳକୁ ଫେରିପାରନ୍ତି ସୂର୍ଯ୍ୟକୁମାର , କିନ୍ତୁ କ୍ରିକେଟ୍ ବୋର୍ଡ ରଖିଛି ସର୍ତ୍ତ…