Hockey

ହକି ମହାକୁମ୍ଭ ,କଳିଙ୍ଗ ଷ୍ଟାଡ଼ିୟମ ପାଇଁ କଟକଣା ଜାରି

(ଆଦର୍ଶ ରାଉତ): ଚାରିଆଡ଼େ ହକି ଫିବର । ଆଉ କିଛି ସମୟ ଭିତରେ ଅପେକ୍ଷାର ଅନ୍ତ ଘଟିବ । ଇତିହାସର ରଚିବ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମ୍। ଆଜି ସଂନ୍ଧ୍ୟାରେ ଉଦ୍ଘାଟନ ହେବ ହକି ମହାକୁମ୍ଭ । ହକି ମହାସମର ଦେଖିବା ପାଇଁ ହଜାର ହଜାର ଦର୍ଶକ ଆସୁଥିବା ବେଳେ କୌଣସି ପ୍ରକାର ଅଘଟଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି। ଷ୍ଟାଡିୟମର ୩ଟି ଷ୍ଟାଣ୍ଡରେ ସ୍ବାସ୍ଥ୍ୟ ବିଭାଗ ଫାଷ୍ଟାଏଡ୍ କିଓସ୍କ ଖୋଲିବ। ଖେଳାଳି ଓ ଦର୍ଶକଙ୍କ ପାଇଁ ପ୍ରସ୍ତୁତ ଥିବା କ୍ୟାପିଟାଲ ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲରେ କେତେ ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିବ ସେଥିପାଇଁ ଏକ ମକଡ୍ରିଲ୍ ହୋଇଥିଲା। ଆପୋଲୋ ହସ୍ପିଟାଲରେ ୫ ମିନିଟ୍ ଓ କ୍ୟାପିଟାଲ ହସ୍ପିଟାଲରେ ୧୦ମିନିଟ୍ ସର୍ବନିମ୍ନ ସମୟ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ତେବେ ବାହାରେ ଟ୍ରାଫିକ୍କୁ ନଜରରେ ରଖି ଏହି ସମୟରେ ସାମାନ୍ୟ ପରିବର୍ତନ ହୋଇପାରେ ବୋଲି କୁହାଯାଇଛି।

କେଉଁ ଗେଟରେ ପ୍ରବେଶ କରିବେ
୯ ନମ୍ବର ଗେଟ୍ ବାଟେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଭିଭିଆଇପିମାନେ ପ୍ରବେଶର ବନ୍ଦୋବସ୍ତ କରାଯାଇଛି। ସେହିଭଳି ୨ ନମ୍ବର ଗେଟ୍ରେ ପାସ୍ଧାରି, ଗଣମାଧ୍ୟମ ପ୍ରତିନିଧି ଏବଂ ମ୍ୟାଚ୍ ଅଫିସିଆଲ୍ମାନେ ପ୍ରବେଶ କରିବେ। ୪ ନମ୍ବର ଗେଟ୍ରେ କେବଳ ଖେଳାଳିମାନେ ଷ୍ଟାଡିୟମ ଭିତରକୁ ଯିବେ। ୨, ୪ ଓ ୯ ନମ୍ବର ଗେଟ୍କୁ ଛାଡ଼ି ଅନ୍ୟ ୬ଟି ଗେଟରେ ଦର୍ଶକମାନେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପଡ଼ିଆ ଭିତରକୁ ପାଣି ବୋତଲ ମନା
ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ପାଣି ବୋତଲ, ଦିଆସିଲି, ରେଜା ପଇସା, ଛୋଟ ଛୁରି ଓ ଲାଇଟର୍ ଆଦି ପ୍ରବେଶ ଉପରେ ରୋକ୍ ଲଗାଯାଇଛି।

ଷ୍ଟାଡିୟମ୍ ପାଇଁ ‘ପେସେଣ୍ଟ ଟ୍ରାନ୍ସପୋର୍ଟେସନ୍ କରିଡର’
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟାଡିୟମର ୩ଟି ଷ୍ଟାଣ୍ଡରେ ଫାଷ୍ଟଏଡ୍ କିଓସ୍କ ଖୋଲିବ। ପ୍ରତ୍ୟେକ ଷ୍ଟାଣ୍ଡରେ ଦୁଇଟି ଲେଖାଏଁ ଆମ୍ବୁଲାନ୍ସ ରହିବ। ସେଣ୍ଟ ଜନ୍ ଆମ୍ବୁଲାନ୍ସ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। ଏହାସହ ଷ୍ଟାମ୍ପେଡ୍ ବା ଦଳାଚକଟା ପାଇଁ ଏକ ଗାଇଡଲାଇନ୍ ମଧ୍ୟ ପ୍ରସ୍ତୁତ ହୋଇଛି। ସେଣ୍ଟ ଜନ୍ ଆମ୍ବୁଲାନ୍ସର ପୁରୁଷୋତ୍ତମ ବଳଙ୍କ କହିବାନୁଯାୟୀ, ସେଣ୍ଟ ଜନ୍ ପକ୍ଷରୁ ୪ଟି ଆମ୍ବୁଲାନ୍ସ ରହିବ। ଏହାସହ ୧୬ଜଣ ସ୍ବତନ୍ତ୍ରଭାବେ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। କୌଣସି ପ୍ରକାର ଅଘଟଣ ହେଲେ ସେଠାରେ ଥିବା ମ୍ୟାନେଜର ଟିମ୍ ସଦସ୍ୟଙ୍କୁ ଡାକି ଆହତମାନଙ୍କୁ କିଭଳି ଡାକ୍ତରଖାନାକୁ ନିଆଯିବ ତାହାର ବ୍ୟବସ୍ଥା କରିବେ

Related posts

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau

୭୪ତମ ରାଜ୍ୟ ପୁଲିସ୍ ହକି ଚାମ୍ପିୟନଶିପ ଆରମ୍ଭ

Odisha Sports Bureau

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

Odisha Sports Bureau