Hockey

ଷ୍ଟାରଙ୍କୁ ପ୍ରଧାନ୍ୟ ରାଷ୍ଟ୍ରପତିଙ୍କୁ ଅଣଦେଖା …

(ଓଡିଶା ସ୍ପୋର୍ଟ): ଏ. ଆର ରେହମାନଙ୍କ ସଙ୍ଗୀତ, ମାଧୁରୀଙ୍କ ନୃତ୍ୟ , ଶାହାରୁଖଙ୍କ ଅନ୍ଦାଜ, ପ୍ରଭାସଙ୍କ ଡାଏଲଗ କିଛିକ୍ଷଣ ପାଇଁ ଆନନ୍ଦ ଦେଇପାରେ କିନ୍ତୁ ଏହାଦ୍ୱାରା ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରିବ ନାହିଁ । ବିଶ୍ୱକପ ହକି ମହାକୁମ୍ଭରେ ଷ୍ଟାର ମାନଙ୍କୁ ପ୍ରଧାନ୍ୟ ଦିଆଯାଇଥିବାବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିବାକୁ ଭୁଲିଗଲେ ରାଜ୍ୟସରକାର । ବିଶ୍ୱକପ ହକି ଉଦଘାଟନୀ ଉତ୍ସବରେ ଯଦି ଦେଶର ରାଷ୍ଟ୍ରପତି ଯୋଗଦେଇଥିଲେ ଏହାର ମହତ୍ତ୍ୱ ଆହୁରି ବଢିଥାନ୍ତା । କିନ୍ତୁ ଦୁଭାଗ୍ୟ ଯେ, ରାଜ୍ୟସରକାର ଷ୍ଟାରମାନଙ୍କ ପ୍ରତି ଏତେ ଆନ୍ତରିକତା ଦେଖାଯାଇଥିବଳବେଳେ ଏପଟେ ରାଷ୍ଟ୍ରର ମୁଖ୍ୟଙ୍କୁ ଅଣାଦେଖା କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟସରକାର ହକି ଖେଳକୁ ରାଜ୍ୟରେ ଏଯାବତ୍ ପ୍ରାଧାନ୍ୟ ଦେଇନାହଁନ୍ତି । ହକି ଖେଳର ବିକାଶ ପାଇଁ ଭିତିଭୂମିର ଅଭାବ ରହିଛି । ରାଜ୍ୟସରକାର ଖେଳ ଉପକରଣ ତଥା ହକି ଖେଳ ପ୍ରତି ଆଗ୍ରହୀ ଥିବା ଖେଳାଳୀମାନଙ୍କୁ କୌଣସି ପ୍ରକାରର ପ୍ରୋତ୍ସାହନ ଦେଇନାହାଁନ୍ତି । ଏନେଇ ବୁଦ୍ଧିଜୀବିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

Related posts

ଅଲମ୍ପିକ ଟେଷ୍ଟ ଇଭେଣ୍ଟ : ବିଜୟରୁ ଅଭିଯାନ ଆରମ୍ଭ କଲେ ଭାରତୀୟ ମହିଳା ହକି ଟିମ

Odisha Sports Bureau

ସ୍ପେନ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମରେ ଖେଳିବ ଭାରତ

Odisha Sports Bureau

ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି