Hockey

ଆସ କରିବା ବୋବାଲ, ଓଡିଶା ନାଁ ହେବ ଗ୍ଲୋବାଲ

ଓଡିଶା ସରକାରଙ୍କ ଦ୍ୱାରା କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ ପୁରୁଷ ହକି ବିଶ୍ୱକପ୍ , ୨୦୧୮ ପାଇଁ ଏକ ଓଡିଆ ଗୀତକୁ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଓଡିଶାରେ ହକି ମାନିଆକୁ ଆଖି ଆଗରେ ରଖି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଖେଳାଳୀ ଏବଂ କ୍ରୀଡାପ୍ରିୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ଏକ ସଂଗୀତକୁ ପ୍ରସ୍ତୁତ କରିଛି । ଯାହାକୁ ଦୀପାବଳୀ ଭଳି ପବିତ୍ର ଉତ୍ସବରେ ରିଲିଜ୍ କରାଯାଇଛି । ଏହି ୨.୨୦ ମିନିଟର ଭିଡିଓରେ ହକି ପ୍ରତି ଥିବା ଭଲପାଇବା ଏବଂ ଉତ୍ସାହର ଅନୁଭବ ବାରି ହୋଇପଡୁଛି । ବଲିଉଡର ଖ୍ୟାତନାମା ଗାୟକ ମିକା ସିଂହ ନିଜ ଦମଦାର କଣ୍ଠରେ ଗାଇଛନ୍ତି , “ଆସ କରିବା ବୋବାଲ,ଓଡିଶା ନାଁ ହେବ ଗ୍ଲୋବାଲ୍” ।

ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ପର୍ୟ୍ୟନ୍ତ ସବୁ ଏହି ଭିଡିଓରେ ନାଚି ଗାଉଥିବାର ଦେଖିବାକୁ ମିଳୁଛି । ଓଡିଶାର ପ୍ରତିଷ୍ଠିତ ନୃତ୍ୟୁ ଓଡିଶୀ ଏବଂ ସମ୍ବଲପୁରୀର ଛାପ ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବଂ ଭାରତୀୟ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଦେଖାଯାଉଛି । ଏହି ଭିଡିଓକୁ ଟ୍ୱିଟରରେ ସେୟାର୍ କରି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ କୁହାଯାଇଛି, ‘ସବୁ କପ୍ (ବିଜୟ) ଗୋଟିଏ ସଂଗୀତ ଆବଶ୍ୟକ କରେ,ଏହି ସଂଗୀତ କେବଳ ଓଡିଶା ପାଇଁ ।’ ଅର୍ଥାତ୍ ପ୍ରତିଟି ଖେଳରେ ଖେଳାଳୀ ଏବଂ ଖେଳପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଗୋଟିଏ ଲେଖାଁ ଗୀତ ପ୍ରସ୍ତୁତ କରାଯାଇଥାଏ ଏବଂ ଓଡିଶା ହକି ବିଶ୍ୱକପ୍ ସକାଶେ ମଧ୍ୟ ଏହି ଗୀତକୁ ପ୍ରସ୍ତୁତ କରାଯାଇଛି । ସଂଗୀତ ଏବଂ ଭିଡିଓଟି ଏତେ ଦମଦାର ହୋଇଛି ଯେ ପ୍ରଥମଥର ଦେଖିବାକ୍ଷଣି ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯିବେ ।

Related posts

ରାନୀ ରାମପାଲ: ଟୋକିଓରେ ଇତିହାସ ସୃଷ୍ଟି କରି ଦେଶକୁ ଗର୍ବିତ କରିବୁ

Odisha Sports Bureau

ଏଫ୍ଆଇଏଚ୍ ପ୍ରୋ ଲିଗ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ

Odisha Sports Bureau

ପୁରୁଷ ହକି ବିଶ୍ୱ କପରେ ଆଜି ଦୁଇଟି ଶେଷ କ୍ରସ ଓଭର ମ୍ୟାଚ୍

Odisha Sports Bureau