Hockey

ବାରବାଟୀରେ ଦବଙ୍ଗ ଖାନ, କମ୍ଫିବ ବାରବାଟୀ

(ଓଡିଶା ସ୍ପୋର୍ଟ): ଆଜି ବାରବାଟୀ ଷ୍ଟାଡ଼ିୟମରେ ଉଦଘାଟିତ ହେବ ବିଶ୍ୱକପ ହକିର ଦ୍ୱିତୀୟ ସମାରୋହ । ବଲିଉଡ଼ ସୁପରଷ୍ଟାର ସଲମାନ୍ ଖାନ୍ ଏଥିରେ ଯୋଗ ଦେବେ । ସଲମାନ୍ ଖାନ୍ ନିଜେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି ।ଏହା ସହ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ଭାଇଜାନ୍ ।ଏଥି ସହ ଏହି କାର୍ଯ୍ୟକ୍ରମରେ ସଂଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନ ସଂଙ୍ଗୀତ ପରିବେଷଣ କରିବେ । ଏଥିପାଇଁ ଷ୍ଟେଜଠାରୁ ଆରମ୍ଭ କରି ଦର୍ଶକ ଗ୍ୟାଲେରୀ ପର୍ୟ୍ୟନ୍ତ ସବୁ କିଛି ପ୍ରସ୍ତୁତ ହୋଇସାରିଛି।ବାରବାଟୀରେ ୩୫ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।ଅପରାହ୍ମ ୨ଟା ୩୦ରୁ ଷ୍ଟାଡିୟମ୍ ଗେଟ୍ ଖୋଲାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ ।ତେବେ ଦର୍ଶକମାନେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, କଏନ, ମିରର, କ୍ୟାମେରା ଆଦି ନେଇ ପାରିବେ ନାହିଁ। କେବଳ ମହିଳାମାନେ ବ୍ୟାଗ୍ ନେଇ ପାରିବେ ବୋଲି ପୁଲିସ୍ କମିଶନର କହିଛନ୍ତି।

ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାହାରୁକ ଖାନ୍, ମାଧୁରୀ ଦିକ୍ଷୀତ ଓ ଏ.ଆର୍ ରହମାନ ଭାଗ ନେଇଥିଲେ।

Related posts

ପୋଲିସ ହକି ଚମ୍ପିୟାନସିପରେ ଓଡିଶା ପୋଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ହାସଲ କଲେ ବ୍ରୋଞ୍ଜ ପଦକ

Odisha Sports Bureau

ଆଜି ଠାରୁ ହକି ଲଢେଇ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍

Odisha Sports Bureau

କୋରିଆକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ସେମିରେ ଭାରତ

Odisha Sports Bureau