Hockey

ବାରବାଟୀରେ ଦବଙ୍ଗ ଖାନ, କମ୍ଫିବ ବାରବାଟୀ

(ଓଡିଶା ସ୍ପୋର୍ଟ): ଆଜି ବାରବାଟୀ ଷ୍ଟାଡ଼ିୟମରେ ଉଦଘାଟିତ ହେବ ବିଶ୍ୱକପ ହକିର ଦ୍ୱିତୀୟ ସମାରୋହ । ବଲିଉଡ଼ ସୁପରଷ୍ଟାର ସଲମାନ୍ ଖାନ୍ ଏଥିରେ ଯୋଗ ଦେବେ । ସଲମାନ୍ ଖାନ୍ ନିଜେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି ।ଏହା ସହ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ଭାଇଜାନ୍ ।ଏଥି ସହ ଏହି କାର୍ଯ୍ୟକ୍ରମରେ ସଂଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନ ସଂଙ୍ଗୀତ ପରିବେଷଣ କରିବେ । ଏଥିପାଇଁ ଷ୍ଟେଜଠାରୁ ଆରମ୍ଭ କରି ଦର୍ଶକ ଗ୍ୟାଲେରୀ ପର୍ୟ୍ୟନ୍ତ ସବୁ କିଛି ପ୍ରସ୍ତୁତ ହୋଇସାରିଛି।ବାରବାଟୀରେ ୩୫ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।ଅପରାହ୍ମ ୨ଟା ୩୦ରୁ ଷ୍ଟାଡିୟମ୍ ଗେଟ୍ ଖୋଲାଯାଇ ଦର୍ଶକଙ୍କୁ ଭିତରକୁ ଛଡ଼ାଯିବ ।ତେବେ ଦର୍ଶକମାନେ ଷ୍ଟାଡିୟମ୍ ଭିତରକୁ ପାଣି ବୋତଲ, ବ୍ୟାଗ୍, ଖାଦ୍ୟ ସାମଗ୍ରୀ, କଏନ, ମିରର, କ୍ୟାମେରା ଆଦି ନେଇ ପାରିବେ ନାହିଁ। କେବଳ ମହିଳାମାନେ ବ୍ୟାଗ୍ ନେଇ ପାରିବେ ବୋଲି ପୁଲିସ୍ କମିଶନର କହିଛନ୍ତି।

ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାହାରୁକ ଖାନ୍, ମାଧୁରୀ ଦିକ୍ଷୀତ ଓ ଏ.ଆର୍ ରହମାନ ଭାଗ ନେଇଥିଲେ।

Related posts

ବିଶ୍ୱକୁ ମିଳିଲା ନୂଆ ଚମ୍ପିଆନ

Odisha Sports Bureau

ହକି ବିଶ୍ୱକପ୍ 2026: ବଡ଼ ଘୋଷଣା, ବିଶ୍ୱକପରେ ପୁଣି ହେବ ଭାରତ-ପାକିସ୍ତାନ ମୁକାବିଲା

Odisha Sports Bureau

ହକି ଇଣ୍ଡିଆ ଚୟନ କମିଟିରେ ସର୍ଦ୍ଦାର ସିଂହ ସାମିଲ

Odisha Sports Bureau