Hockey

ହକି ମହାସମର- ଦ୍ୱିତୀୟ ଦିନରେ ପୁଲ ‘ଏ’ ର ଦୁଇଟି ମ୍ୟାଚ୍ ଖେଳାଯିବ

(ଓଡିଶା ସ୍ପୋର୍ଟ): ଚଳିତ ବିଶ୍ୱକପ ମହାସମରର ଆଜି ଦ୍ୱିତୀୟ ଦିନ । ପୁଲ ଏ ର ଦୁଇଟି ମ୍ୟାଚ୍ ଖେଳାଯିବ । ସଂଧ୍ୟା ୫ ଟାରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ଭେଟିବ ୟୁରୋପୀୟ ଦେଶ ସ୍ପେନକୁ ଏବଂ ରାତି ୭ଟାରେ କଳା ଷ୍ଟିକର ଦେଶ ନ୍ୟୁଜିଲାଣ୍ଡ ଖେଳିବ ଚଳିତ ବିଶ୍ବକପର ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଦେଶ ଫ୍ରାନ୍ସ ସହିତ । ଆର୍ଜେଣ୍ଟିନା ନିଜର ଆକ୍ରମଣାତ୍ମକ ଖେଳ ଏବଂ ଉନ୍ନତ ପ୍ରତିଶତ ପେନାଲଟି କର୍ନର ରୂପାନ୍ତର ପାଇଁ ପରିଚିତ ଥିବାରୁ ସ୍ପେନକୁ ସହଜରେ ହରାଇବା ଲକ୍ଷ୍ୟରେ ରହିଛି । ରିଓ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଏବେ ବିଶ୍ବମାନ୍ୟତାରେ ୨ ନମ୍ବର ସ୍ଥାନରେ ରହିଛି । ପ୍ରତିଦ୍ବନ୍ଦ୍ବୀ ସ୍ପେନ ରହିଛି ଅଷ୍ଟମରେ ।

ଏହି ମ୍ୟାଚରେ ନିଶ୍ଚିତ ଆର୍ଜେଣ୍ଟନା ଦୃଢ଼ ଦାବିଦାର ରହିବ। କିନ୍ତୁ ସ୍ପେନର ଅପ୍ରତ୍ୟାଶିତ ପ୍ରଦର୍ଶନ ମଧ୍ୟ ଆର୍ଜେଣ୍ଟିନାକୁ ଚକିତ କରିଦେବା ଭଳି ସାମର୍ଥ୍ୟ ରଖିଛି। ଆର୍ଜେଣ୍ଟିନା ତାରକା ଖେଳାଳି ଗଞ୍ଜାଲୋ ପିଲାଟ କଳିଙ୍ଗ ଷ୍ଟାଡିୟମରେ ବହୁବାର ଖେଳିଥିବାରୁ ସ୍ଥାନୀୟ ପ୍ରଶଂସକଙ୍କ ପସନ୍ଦର ଖେଳାଳି ଭାବେ ଆକର୍ଷଣରେ ରହିବେ। ବିଶ୍ବର ଅନ୍ୟତମ ପେନାଲଟି କର୍ନର ବିଶେଷଜ୍ଞ ଭାବେ ତାଙ୍କ ସୁନାମ ରହିଛି। ଅନ୍ୟପକ୍ଷରେ ରାତି ମ୍ୟାଚରେ ବିଶ୍ବ ମାନ୍ୟତାର ୯ ନମ୍ବର ନ୍ୟୁଜିଲାଣ୍ଡ ସହିତ ଫୁଟବଲ୍ ପରିଚିତିର ଦେଶ ଫ୍ରାନ୍ସ ଖେଳିବ। ଚଳିତ ବିଶ୍ବକପରେ ଫ୍ରାନ୍ସ ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଦଳ ଭାବେ ଏଫଆଇଏଚ୍ ତାଲିକାରେ ୨୦ ନମ୍ବର ସ୍ଥାନରେ ରହିଛି।

Related posts

ଆର୍ଜେଣ୍ଟିନାର ନୂଆ ଇତିହାସ

Odisha Sports Bureau

ହକି ପ୍ରେମୀଙ୍କ ପାଇଁ ଖୁସି ଖବର, ଷ୍ଟାର ସ୍ପୋର୍ଟସ୍ ରେ ହେବ ବିଶ୍ୱକପର ସିଧାପ୍ରସାରଣ

Odisha Sports Bureau

ହକି ବିଶ୍ୱକପ: ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲେ ଓଡିଶା ସରକାର

Odisha Sports Bureau