Hockey

ହକି ବିଶ୍ୱକପ୍‌ର ରଙ୍ଗାରଙ୍ଗ ଉଦ୍‌ଘାଟନୀ: ଜଲ୍‌ୱା ଦେଖାଇଲେ ମାଧୁରୀ, ଶାହାରୁଖ୍‌

(ଓଡିଶା ସ୍ପୋର୍ଟ): ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନୀ ଘୋଷଣା କରିଥିଲେ। ଏହି ମେଗା ଉତ୍ସବରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ । ସେହିଭଳି ଦେଶ ବିଦେଶର ୧୮୦୦ କଳାକାରଙ୍କୁ ନେଇ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା।

ଉଦ୍‌ଘାଟନୀ ଉତ୍ସବର ଢେର ଆଗରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଆଗରେ ଲମ୍ବିଥିଲା ଦର୍ଶକଙ୍କ ଲମ୍ବା ଧାଡ଼ି। କେବଳ ହକିପ୍ରେମୀ ନୁହଁନ୍ତି, ବହୁସଂଖ୍ୟାରେ ମହିଳା ଓ କୁନି କୁନି ପିଲା ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ଷ୍ଟାଡିୟମରେ ପ୍ରବେଶ ପାଇଁ। ଅନେକ ଟିକଟ ନପାଇଁ ନିରାଶ ହୋଇଥିବା ବେଳେ ଯେଉଁମାନଙ୍କ ପାଖରେ ଟିକଟ ଥିଲା, ସେମାନଙ୍କ ଖୁସି କହିଲେ ନସରେ। ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ସମସ୍ତେ ଏହି ମୁହୂର୍ତ୍ତକୁ ସ୍ମରଣୀୟ କରି ରଖିବାକୁ ଚାହୁଁଥିଲେ। କିଏ ସେଲଫି ନେଉ ଥିଲେ ତ ଆଉ କିଏ କ୍ୟାମେରା ଆଗରେ ଚିୟର ଅପ୍‌ ସାଇନ୍‌ ଦେଇ ନିଜ ଉପସ୍ଥିତି ସଂପର୍କରେ ସୂଚାଇ ଦେବାକୁ ଚାହୁଁଥିଲେ। ଆଉ କିଏ ପାରମ୍ପରିକ ବେଶରେ ଆସି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ।

Related posts

ଏଫ୍‌ଆଇଏଚ୍ ‌ପ୍ରୋ ଲିଗ୍ ହକି:୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ

Odisha Sports Bureau

FIH ପ୍ରୋ ଲିଗ୍: ସୁଟଆଉଟ୍‌ରେ ଇଂଲଣ୍ଡକୁ ହରାଇଲା ଭାରତ, ବିଜୟ ସହ ଅଭିଯାନ ଶେଷ

ଆସନ୍ତାକାଲିଆଜଲାନଶାହାକପହକିଟୁର୍ଣ୍ଣାମେଣ୍ଟଫାଇନାଲ

Odisha Sports Bureau