Hockey

ଆଜିଠାରୁ ଆରମ୍ଭ ହେବ କ୍ରସ ଓଭର ମ୍ୟାଚ ମୁହା ମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଓ ଫ୍ରାନ-ଚୀନ୍

( ଓଡିଶା ସ୍ପୋର୍ଟ): ବିଶ୍ୱକପ୍ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍ ଓଭର ମ୍ୟାଚ୍ । ସରିଯାଇଛି ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍ । ଆଜି କ୍ରସ୍ ଓଭରରେ ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଚୀନ୍ । ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଜୟୀ ଦଳ କ୍ୱାର୍ଟର୍ ଫାଇନାଲକୁ ପ୍ରବେଶ କରିବ । ତେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚରେ ଇଂଲଣ୍ଡର ପଲା ଭାରି ରହିଛି । ତେଣୁ ଏହି ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ହେବାର ଆଶା କରାଯାଉଛି । ୪ ଟି ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଆସନ୍ତା କାଲି ହେବାକୁ ଥିବା କ୍ରସ୍ ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ ତାଙ୍କ ସହିତ ବୁଧବାର ଭାରତ ମୁକାବିଲା କରିବ ।

ଗ୍ରୁପ ପର୍ଯ୍ୟାୟ ରେ ଭାରତ କାନାଡାକୁ ହରାଇଥିଲା । କିନ୍ତୁ ନେଦରଲାଣ୍ଡ ଏକ ଶକ୍ତିଶାଳୀ ଦଳ । ବିଶ୍ୱ ର୍ୟାକିଂରେ ଭାରତ ୫ ନମ୍ବର ସ୍ଥାନରେ ଥିବା ବେଳେ ନେଦରଲାଣ୍ଡ ୪ ନମ୍ବର ସ୍ଥାନରେ ରହିଛି ।

Related posts

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

Odisha Sports Bureau

କଡା ସୁରକ୍ଷା ଭିତରେ ରହିବ କଳିଙ୍ଗ ଷ୍ଟାଡିୟମ

Odisha Sports Bureau

ଖେଳ ରତ୍ନା ପୁରସ୍କାର ଦୌଡରେ ମହିଳା ହକି କ୍ୟାପଟେନ ରାନୀ, ଭାଣ୍ଡାନା, ମୋନିକା ଏବଂ ହରମାନ