Hockey

ବିଜୟ ଲକ୍ଷ୍ୟରେ ହରମନପ୍ରୀତ ବାହିନୀ

ଭୁବନେଶ୍ବର : ଭାରତୀୟ ହକି ଦଳ ଚଳିତ ବିଶ୍ବକପର ପ୍ରଥମ ମ୍ୟାଚରେ ସ୍ପେନ୍କୁ ପରାସ୍ତ କରିଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନରେ ରବିବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ରବିବାର ପୁଲ୍ ‘ଡି’ର ୨ୟ ମ୍ୟାଚରେ ଅନ୍ୟତମ ଶକ୍ତିଶାଳୀ ଦଳ ଇଂଲଣ୍ଡକୁ ଭେଟିବ। ଉକ୍ତ ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ । ଉଭୟ ଦଳ ପ୍ରଥମ ମ୍ୟାଚ ଜିତିଥିବାରୁ ୨ୟ ମ୍ୟାଚ୍ ଜିତିନେଲେ ସିଧାସଳଖ କ୍ବାର୍ଟରଫାଇନାଲ ଖେଳିବାର ସୁଯୋଗ ପାଇବେ। ତେଣୁ ପ୍ରାୟ ସମାନ ଦକ୍ଷତା ରଖିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ବିଶ୍ବ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ଭାରତ ପ୍ରଥମ ମ୍ୟାଚରେ ଅନ୍ୟତମ ଶକ୍ତିଶାଳୀ ଦଳ ସ୍ପେନକୁ ୨-୦ ଗୋଲରେ ପରାସ୍ତ କରିଥିଲା। ଉକ୍ତ ମ୍ୟାଚରେ ଭାରତୀୟ ରକ୍ଷଣାଭାଗ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫରୱାର୍ଡ ବାହିନୀଙ୍କ ଦୁର୍ବଳ ପ୍ରଦର୍ଶନ ପାଇଁ ଏକାଧିକ ଗୋଲ ହାତଛଡ଼ା କରିଥିଲା।

ଉପଅଧିନାୟକ ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିବାବେଳେ ହାର୍ଦିକ ସିଂହ ଫିଲ୍ଡ ଗୋଲ ଦେଇଥିଲେ। ଭାରତ ଉକ୍ତ ମ୍ୟାଚରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବା ଏବଂ ଅଗ୍ରଭାଗରେ ସେଭଳି ଭଲ ପ୍ରଦର୍ଶନ କରି ପାରିନଥିଲା। ସ୍ପେନ ବିପକ୍ଷ ମ୍ୟାଚରେ ହରମନପ୍ରୀତ ଓ ଅମିତ ଯୋଡ଼ି ଭଲ ସମନ୍ୱୟ ରକ୍ଷା କରି ଖେଳିଥିଲେ। ରକ୍ଷଣଭାଗରେ ଦଳ ଭଲ ପ୍ରଦର୍ଶନ କରିଥିଲା। ପେନାଲ୍ଟି କର୍ଣ୍ଣର ଓ ଅଗ୍ରଭାଗରେ ଆମକୁ କିଛି ତ୍ରୁଟି ଦେଖିବାକୁ ମିଳିଥିଲା। ପେନାଲ୍ଟି କର୍ଣ୍ଣରକୁ ଶତ ପ୍ରତିଶତ ଗୋଲରେ ପରିଣତ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଆମେ ଉକ୍ତ ତ୍ରୁଟିକୁ ସୁଧାରିବା ନେଇ ପ୍ରୟାସ କରିବୁ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍ କହିଛନ୍ତି। ଇଂଲଣ୍ଡ ବିପକ୍ଷରେ ଆମେ ନୂଆ ରଣନୀତି ସହ ଖେଳିବାକୁ ଯୋଜନା କରିଛୁ। ଇଂଲଣ୍ଡ ମଧ୍ୟ ବହୁତ ଭଲ ଦଳ।

 

Related posts

ଅଲିମ୍ପିକ ବିଜେତା ରାଘବୀର ସିଂ ଭୋଲଙ୍କ ବିୟୋଗ

Odisha Sports Bureau

୧୩ ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନସିପ୍ ୨୦୨୩ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛି ଓଡିଶା ହକି ଆସୋସିଏସନ୍

Odisha Sports Bureau

ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭାରତୀୟ ପୁରୁଷ ହକି ଟିମର ବିଜୟ

Odisha Sports Bureau